www.samajalive.in
Monday, December 8, 2025
13.1 C
Bhubaneswar

ସମରସିଂ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଘନଶ୍ୟାମ ସମରଥଙ୍କ କରୋନାରେ ମୃତ୍ୟୁ

କଣ୍ଟାବାଞ୍ଜି:ତୁରେକେଲା ବ୍ଳକ ଅନ୍ତର୍ଗତ ସମରସିଂ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଘନଶ୍ୟାମ ସମରଥଙ୍କ୪୩ବର୍ଷ ବୟସରେ କରୋନାରେ ମୃତ୍ୟୁ ଘଟିଛି। ଖୁଟୁଲୁମୁଣ୍ଡା ଗ୍ରାମରେ ସେ ନିଜ ବାସଭବନରେ ତାଙ୍କର ପାଞ୍ଚ ଜଣ ଝିଅ, ଗୋଟିଏ ପୁଅ, ସ୍ତ୍ରୀ ସହିତ ରହୁଥିଲେ। ଶିକ୍ଷକ ସମରଥ ରେଳ ଷ୍ଟେସନରେ ୪ତାରିଖରେ କରୋନା ଡ୍ୟୁଟି କରିବା ପରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ୭ତାରିଖରେ କୋଭିଦ ପରୀକ୍ଷା କଲାପରେ କରୋନା ପଜିଟିଭ ବୋଲି ଜଣାପଡିଥିଲା।ତାପରେ ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ରେ ବଲାଙ୍ଗୀର ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।ପ୍ରକାଶ ଥାଉକି ରେଳ ଷ୍ଟେସନରେ ଶିକ୍ଷକ ମାନଙ୍କୁ କରୋନା ଡ୍ୟୁଟି ସରକାରୀ ସ୍ତରରେ ଦେଉଥିବା ବେଳେ ସେମାନଙ୍କୁ ସେନିଟାଇଜର, ମାସ୍କ, ପିପିଇ କିଟ ଯୋଗାଇ ଦିଆଯାଉନଥିବାର ଶିକ୍ଷକ ସଂଘ ଦାବି କରି ଆସୁଥିଲେ ମଧ୍ୟ ସୁବିଧା ଏଯାବତ ମିଳିନାହିଁ।ଯାହାଫଳରେ ଅନେକ ଶିକ୍ଷକ କରୋନା ପଜିଟିଭ ହୋଇ ସାରିଛନ୍ତି।ଏନେଇ ଆଗରୁ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ହୋଇନଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ଦେଖାଦେଇଛି।ସ୍ୱର୍ଗତ ସମରଥଙ୍କ ମୃତ୍ୟୁ ପାଇଁ ଅନୁକମ୍ପା ରାଶି ସମେତ ଘରର ଜଣେକୁ ଚାକିରୀ ଦେବା ଓ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସରକାର ଘୋଷଣା କରିବାକୁ ଶିକ୍ଷକ ସଂଘ ଦାବି କରିଛନ୍ତି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories