www.samajalive.in
Sunday, December 7, 2025
23.1 C
Bhubaneswar

ପିପିଲିରେ ପହଞ୍ଚିଲା ୪ଶହ କୋଭିସିଲ୍ଡ, ସୋମବାରରୁ ହେବ ଟିକାକରଣ

ପିପିଲି: କରୋନା ଟିକା ଅଭାବ ଯୋଗୁଁ ପିପିଲି ବ୍ଲକରେ ଗତ କିଛିଦିନ ଧରି ଟିକାକରଣ ବନ୍ଦ ରହିଥିବା ବେଳେ ଆସନ୍ତା ୧୦ ତାରିଖ ସୋମବାର ଦିନ ପିପିଲି ବ୍ଲକରେ ଦ୍ୱିତୀୟମାତ୍ରା କରୋନା ପ୍ରତିଷେଧକ ଟିକାକରଣ କରାଯିବ। ଏଥିପାଇଁ ଆଜି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଶହ କୋଭିସିଲ୍ଡ ଟିକା ପହଞ୍ଚିଥିବା ସଂପର୍କରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ତଥା ବିପିଏଚ୍‍ଓ ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି। ପିପିଲି ବ୍ଲକ ପାଇଁ ୮ଶହ କୋଭିସିଲ୍ଡ ଟିକା ଆସିବାକୁ ଥିଲା। କିନ୍ତୁ ଅଜି ୪ଶହ ଟିକା ଆସିଛି। ତେଣୁ  ୪ଟି ଟିକା ଶିବିର ବଦଳରେ ୨ଟି ଶିବିର କରାଯିବ। କେବଳ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଦ୍ୱିତୀୟମାତ୍ରା ଟିକା ଦିଆଯିବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଉଛନ୍ତି। ପିପିଲି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ପ୍ରଥମମାତ୍ରା ଟିକା ଓ ଅନ୍ୟମାନଙ୍କୁ ଦ୍ୱିତୀୟମାତ୍ରା ଟିକା ଦିଆଯିବ। ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ପିପିଲି ବ୍ଲକର ସାମ୍ବାଦିକଙ୍କ ପାଇଁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଟିକା ଶିବିରରେ ସୋମବାର କରୋନା ପ୍ରତିଷେଧକ ପ୍ରଥମମାତ୍ରା ଟିକା ଦିଆଯିବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories