www.samajalive.in
Monday, December 8, 2025
13.1 C
Bhubaneswar

ମାନିଲା ପାକିସ୍ତାନ: ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ଭାରତର ଆଭ୍ୟନ୍ତରୀଣ ମାମଲା

ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନୀ ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେଶୀ। ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲ ସମା ଟିଭିକୁ ଦେଇଥିବା ସାକ୍ଷାତକାରରେ କୁରେଶୀ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଏହାକୁ ବିରୋଧ କରିଆସୁଥିଲା। କିନ୍ତୁ ଅନୁଚ୍ଛେଦ ୩୭୦ ହଟାଯିବାର ୨୧ ମାସ ପରେ କୁରେଶୀ ସର୍ବସାଧାରଣରେ ଏହାକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛନ୍ତି।

ସୂଚନାଯୋଗ୍ୟ,  ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦କୁ ହଟାଇ ଦେଇଥିଲେ। ଏହା ସହିତ ଜାମ୍ମୁ-କାଶ୍ମୀରକୁ ୨ଟି ଭାଗରେ ବିଭକ୍ତ କରିଦେଇଥିଲେ। ଗୋଟିଏ ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ କରିଥିବାବେଳେ ଲଦାଖକୁ ପୃଥକ କରି ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିଥିଲେ। ଏହାକୁ ପାକିସ୍ତାନ ପକ୍ଷରୁ ବିରୋଧ କରାଯାଇଥିଲା। ଏପରି କି ଚୀନ ମଧ୍ୟ ବିରୋଧ କରିଥିଲା।

- Advertisement -

ସମା ଟିଭିକୁ ଦେଇଥିବା ସାକ୍ଷାତକାରରେ କୁରେଶ ହିଛନ୍ତି, ଧାରା ୩୭୦କୁ ଉଚ୍ଛେଦ କରାଯିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏହାକୁ ନେଇ ଭାରତର ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଆମେ ଏହାକୁ ଅଧିକ ଗୁରୁତ୍ଵ ଦେଉନାହୁଁ ବୋଲି ସେ କହିଛନ୍ତି। କିନ୍ତୁ ଅନୁଚ୍ଛେଦ ୩୫-ଏକୁ ହଟାଯିବାକୁ ଆମେ ବିରୋଧ କରୁଛୁ। କାରଣ ଏହାଦ୍ବାରା କାଶ୍ମୀରର ଭୂଗୋଳ ଏବଂ ଜନସଂଖ୍ୟାର ସନ୍ତୁଳନକୁ ପରିବର୍ତ୍ତନ କରିବା ଲାଗି ଉଦ୍ୟମ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories