www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ଯୋଦ୍ଧା ସାମ୍ବାଦିକଙ୍କୁ ପ୍ରଥମ ପର୍ଯ୍ୟାୟରେ ହେଲା ଟୀକାକରଣ

ରାମନାଗୁଡା : କୋଭିଡ ମହାମାରୀ ସମୟରେ ସାମ୍ବାଦିକମାନେ ନିରବିଚ୍ଛନ ଭାବେ ଖବର ପ୍ରସାରଣ କରିବା ସହ କରୋନା ସଂପର୍କରେ ରାଜ୍ୟବାସୀଙ୍କ ନିକଟରେ ଖବର ପଂହଚାଇ ଲୋକଙ୍କୁ ସଚେତନ କରାଇଥିବାରୁ କୋଭିଡ ବିରୋଧୀ ଲଢେଇରେ ସରକାରଙ୍କ ପାଇଁ ଖୁବ୍ ଉପଯୋଗୀ ସାବସ୍ତ୍ୟ ହୋଇଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପ୍ରମୁଖ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ପରେ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ସାମ୍ବାଦିକମାନଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ସମସ୍ତ ସାମ୍ବାଦିକମାନଙ୍କ  ପକ୍ଷରୁ କୃତଞ୍ଜତା ପ୍ରଦାନ କରାଯାଇଛି। ଆଜି ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କୋଭିଡ-୧୯ ପ୍ରମୁଖ ଯୋଦ୍ଧା ଗଣମାଧ୍ୟମ ପ୍ରତିିନିଧିଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପ୍ରଦାନ କରାଯାଇଛି  । କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ପାଳନ କରି ଶୃଙ୍ଖଳିତ ଭାବେ ପ୍ରଥମ ପର୍ଯ୍ୟାୟରେ ୪ଜଣ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଥମ ଡୋଜ୍ ଟୀକାକରଣ କରିଥିଲେ ।ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ଟୀକାକରଣ ପାଇଁ ସାମ୍ବାଦିକଙ୍କ ନିମନ୍ତେ ଉଦ୍ଦିଷ୍ଟ ଫର୍ମକୁ ଗ୍ରହଣ କରିଥିବାବେଳେ କରିବା ପରେ ବିପିଏମ କମଳାକର ରାଓ ଓ ସିରିପୁରମ୍ ଅମାନୀ ଫର୍ମରେ ଥିବା ତଥ୍ୟକୁ କୋଭିନ୍ ୱେବ ସାଇଟରେ ପଞ୍ଜୀକୃତ କରିବା ପରେ ଷ୍ଟାଫ୍ ନର୍ସ ଧରିତ୍ରୀ ପାଢ଼ୀ କୋଭାସିଲଡ୍ ଟୀକା ପ୍ରଦାନ କରିଥିଲେ ।  ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories