www.samajalive.in
Sunday, December 7, 2025
13.1 C
Bhubaneswar

ପୁଣି ୧୦ ଜଣଙ୍କ ମୁଣ୍ଡନେଲା କରୋନା

ବୁର୍ଲା : ପୁଣି ଆଜି ୧୦ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ତିନି ଜଣ ୬୫ ବର୍ଷିୟ ବୃଦ୍ଧା, ୭୨ ବର୍ଷୀୟ ବୃଦ୍ଧ ଏବଂ ୫୦ ବର୍ଷୀୟ ପୁରୁଷ, ବରଗଡ଼ର ଜିଲ୍ଲାର ୬୦ ବର୍ଷିୟ ବୃଦ୍ଧା, ୭୫ ବର୍ଷିୟ ବୃଦ୍ଧା, ୫୫ ବର୍ଷୀୟ ପୁରୁଷ ଏବଂ ୬୦ ବର୍ଷୀୟ ବୃଦ୍ଧ, ଦେବଗଡ଼ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ାର ୭୦ ବର୍ଷୀୟ ବୃଦ୍ଧ ଏବଂ ବୌଦ୍ଧ ୫୫ ବର୍ଷୀୟ ପୁରୁଷଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଗତଛଅ ଦିନ ମଧ୍ୟରେ ସମୁଦାୟ ୫୮ଟି ମୁଣ୍ଡ ନେଲାଣି କରୋନା। ଗୁରୁତରଙ୍କୁ ସଠିକ ସମୟରେ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଏବଂ ଅକ୍ସିଜାନ ସିଲିଣ୍ଡର ଉପଲବ୍ଧ ହୋଇ ନ ପାରିବା ଫଳରେ ରୋଗୀଙ୍କ ଅକାଳ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି। ଏପରିକି ଅନେକ ରୋଗୀ ଭିମସାରକୁ ଆସି ଆଇସିୟୁ ଶଯ୍ୟା ମିଳି ନ ପାରିବା ଫଳରେ ବାହାର ମେଡ଼ିକାଲକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର ଅର୍ଥଶ୍ରାଦ୍ଧ କରିଛନ୍ତି ବୋଲି ମଧ୍ୟଅଭିଯୋଗ ହୋଇଛି। । ବାହାରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ଆଇସିୟୁ ଯୁକ୍ତ ଭେଣ୍ଟିଲେଟର ଅପେକ୍ଷାରେ ସାଧାରଣ ଅକ୍ସିଜାନରେ ରହିବାକୁ ପ ଡ଼ୁଛି। ୧୭ ଦିନରେ କରୋନା ମୃତ୍ୟୁ ଗ୍ରାଫ ୧୬୫କୁ ଛୁଇଁଛି। ସଙ୍କୁଚିତ କୋଭିଡ଼ କୋଠାରେ ୨୩୫ରୁ ଉଦ୍ଧ୍ୱର୍ ଗୁରୁତର ରୋଗୀ ଚିକିତ୍ସାଧିନ ରଖାଯାଇଛି ଯାହାକି ଏକ ଚିନ୍ତାର ବିଷୟ।
ସୂଚନା ଯୋଗ୍ୟ,  ଗତ ବୁଧବାର ଦିନ ୧୩ ଜଣ, ମଙ୍ଗଳବାର ୮, ସୋମବାର ଦିନ ୭ ଜଣ, ରବିବାର ଦିନ ୧୩ ଜଣ, ଶନିବାର ଦିନ ୭ ଜଣ, ଶୁକ୍ରବାର ଦିନ ୮ ଜଣ, ଗୁରୁବାର ୧୧ ଜଣ, ବୁଧବାର ଦିନ ୭ ଜଣ, ମଙ୍ଗଳବାର ଦିନ ୯ ଜଣ, ସୋମବାର ଦିନ ୧୧ ଜଣ, ରବିବାର ଦିନ ପୁଣି ୮ ଜଣ, ଶନିବାର ଦିନ ୧୨ ଜଣ, ଶୁକ୍ରବାର ଦିନ ୮ ଜଣ, ଗୁରୁବାର ଦିନ ୧୧ ଜଣ, ବୁଧବାର ଦିନ ୧୧ ଜଣ, ଗତ ମଙ୍ଗଳବାର ୧୧ ଜଣ ଏବଂ ସୋମବାର ଦିନ ୬ ଜଣ ମୃତ୍ୟୁ ହୋଇଥିବା ଦୃଷ୍ଟାନ୍ତ ରହିଛି। ଭିମସାର ଡ଼ାକ୍ତରଖାନାରେ ଗତ ଅକ୍ଟୋବର ମାସରୁ ଆଜି ସୁଦ୍ଧା ସମୁଦାୟ କରୋନା ମୃତ୍ୟୁସଂଖ୍ୟା ୪୮୨ରେ ମୃତ୍ୟୁସଂଖ୍ୟା ପହଞ୍ଚିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories