www.samajalive.in
Monday, December 8, 2025
13.1 C
Bhubaneswar

ସେବା ଯୋଗାଇଲା ପୁଲିସ, ପ୍ରଥମ ଦିନରେ ଘରୁ ଆଣିଲା ୧୪ଟି ଅଭିଯୋଗପତ୍ର

ଭୁବନେଶ୍ବର/ଉତ୍ତରଭୁବନେଶ୍ବର: ତାଲାବନ୍ଦ ବେଳେ ଲୋକ ଯେମିତି ଅତି ଜରୁରି କାମ ନ ଥିଲେ ଘରୁ ବାହାରିବେନି, ତା’ଉପରେ କମିସନରେଟ ପୁଲିସ ଗୁରୁତ୍ବ ଦେଇଛି। ଏକାଧିକ ମାମଲାରେ ପୁଲିସ ଅଧିକାରୀ ଅଭିଯୋଗକାରୀଙ୍କ ପାଖରେ ପହଞ୍ଚି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତାଲା ବନ୍ଦ ପ୍ରଥମ ଦିନ ବୁଧବାର ଏପରି ଏକ ଅଭିଯୋଗ ପାଇ ନୂଆପଲ୍ଲୀ ଥାନା ଅଧିକାରୀ ଶରତ ସାହୁ ନିଜେ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ଇସ୍କନ ମନ୍ଦିର ପାଖରେ ରହୁଥିବା ତ୍ରିନାଥ ମହାରଣା ଜମିଜମା ବିବାଦକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ। ବୁଧବାର ସକାଳୁ ପଡ଼ୋଶୀ ତାଙ୍କୁ ଖଣ୍ଡା ଦେଖାଇ ହତ୍ୟା ଧମକ ଦେଇଥିଲେ। ଫଳରେ ଅଭିଯୋଗକାରୀ ଜଣକ ଘଟଣା ସମ୍ପର୍କରେ ଥାନାକୁ ଦୂରଭାଷରେ ଜଣାଇଥିଲେ।

- Advertisement -

ଥାନାଧିକାରୀ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଦଳ ସହିତ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସେହିପରି ମଞ୍ଚେଶ୍ୱର ଥାନାରେ ଆଜି ଦୁଇଟି ମାମଲା ରୁଜୁ ହୋଇଛି। ପୁଲିସ ଏତଲାକାରୀଙ୍କ ଘରକୁ ଯାଇ ଏତଲା ଆଣିଥିବା ଜଣାପଡ଼ିଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ବସ୍ତିରେ ଦୁଇପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ବେଳେ ଅନ୍ୟ ଏକ ଅଭିଯୋଗ ନହରକଣ୍ଟା ଅଞ୍ଚଳର ଏକ ପାରିବାରିକ କଳହ ବୋଲି ଜଣାପଡ଼ିଛି। ଉଭୟ ଅଭିଯୋଗରେ ପୁଲିସ ଏତଲାକାରୀଙ୍କ ଘରେ ପହଞ୍ଚି ଅଭିଯୋଗ ଆଣିଛି। ସହିଦନଗର ଥାନା ଅଞ୍ଚଳର ଏକ ବସ୍ତିରେ ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୁଲିସ ଘରକୁ ଯାଇ ଅଭିଯୋଗ ଆଣିଥିବା ଜଣାପଡ଼ିଛି।

ପୁନାମାଗେଟ୍‍ ନିକଟରେ ଜଣେ ନାବାଳିକା ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଯିବା ପରେ ପରିବାର ଲୋକେ ଖୋଜାଖୋଜି କରି ନପାଇ ଶ୍ରୀଲିଙ୍ଗରାଜ ଥାନା ଦୂରଭାଷ ସଂଖ୍ୟାକୁ ଯୋଗାଯୋଗ କରିଥିଲେ। ନଲାଗିବାରୁ ଥାନାଧିକାରୀଙ୍କ ଭ୍ରାମ୍ୟ ଦୂରଭାଷ ସଂଖ୍ୟାରେ ଯୋଗାଯୋଗ କରିଥିଲେ। ୧୦ ମିନିଟ୍‍ ଭିତରେ ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ଏତଲାକାରୀଙ୍କଠାରୁ ଏତଲା ଗ୍ରହଣ କରିଥିଲା। ଏତଲାର ନକଲ ପ୍ରଦାନ କରି ତଦନ୍ତ ଆରମ୍ଭ କରାଯାଇଥିବା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ତାଲା ବନ୍ଦ ସମୟରେ ଯଦି କୌଣସି ବ୍ୟକ୍ତି ଆଇନଗତ ସହାୟତା ଆବଶ୍ୟକ କରେ କିମ୍ବା ଚୋରି, ଲୁଟ୍, ଡକାୟତି ଭଳି ଧର୍ତ୍ତବ୍ୟ ଅପରାଧର ସମ୍ମୁଖୀନ ହୁଅନ୍ତି ଥାନାକୁ ନ ଆସି ଘରୁ ଏତଲା ଦେଇପାରିବେ। ପୁଲିସ ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ ଆଣି ଘଟଣାର ତଦନ୍ତ କରିବ ବୋଲି ଉପ ପୁଲିସ ଆୟୁକ୍ତ ସୂଚନା ଦେଇଥି‌େ‌ଲ। ଏଥିସହ ଅଭିଯୋଗର ନକଲ ହ୍ୱାଟ୍‌ସ୍ଆପ୍ ଓ ଇ-ମେଲ୍‌ ଜରିଆରେ ଅଭିଯୋଗକାରୀଙ୍କ ପାଖକୁ ପଠାଯିବ ବୋଲି କହିଥିଲେ। ସୂଚନା ଅନୁଯାୟୀ, ଆଜି ପ୍ରଥମ ଦିନରେ ଦୁଆରକୁ ଯାଇ ମୋଟ ୧୪ଟି ଅଭିଯୋଗପତ୍ର ପୁଲିସ ଗ୍ରହଣ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories