www.samajalive.in
Tuesday, December 9, 2025
16.1 C
Bhubaneswar

ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ନିଶ୍ଚିତ କରିବାକୁ କେନ୍ଦ୍ରର ପରାମର୍ଶ

ଦେଶର ବିଭିନ୍ନ ଭାଗରେ ଡାକ୍ତରଖାନାଗୁଡିକରେ ଅଗ୍ନିକାଣ୍ଡ ଘଟି ରୋଗୀମାନଙ୍କ ମୃତ୍ୟୁ ହେଉଥିବା ଘଟଣାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଆଜି ଏହି ବିଷୟରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, ଦେଶର ସମସ୍ତ ଡାକ୍ତରଖାନା ଓ କୋଭିଡ କେୟାର କେନ୍ଦ୍ରରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ। ସେ କହିଛନ୍ତି ଯେ ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡିକ ଏ ନେଇ ଯୋଜନାବଦ୍ଧ ଢଙ୍ଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

କିଛିଦିନ ମଧ୍ୟରେ କେତେକ ଡାକ୍ତରଖାନା ଏବଂ ନର୍ସିଂହୋମରେ ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିବା ଘଟଣାରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ଭଲ୍ଲା କହିଛନ୍ତି ଯେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବିସ୍ତୃତ ସମୀକ୍ଷା କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳମାନଙ୍କୁ ଅନୁରୋଧ କରାଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ, ଶକ୍ତି ଏବଂ ଅଗ୍ନିଶମ ବିଭାଗକୁ ନେଇ ମିଳିତ ଭାବେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ଆବଶ୍ୟକ।

- Advertisement -

ପ୍ରତ୍ୟେକ ଜୀବନକୁ ବଞ୍ଚାଇବା ଏକ ପ୍ରାଥମିକତା ବୋଲି ଜୋର ଦେଇ ଏହା କୋଭିଡ-୧୯ ପରିଚାଳନା କରୁଥିବା ସମସ୍ତ ସ୍ୱାସ୍ଥ୍ୟ ସୁବିଧାକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ କରିବା ଜରୁରୀ ଅଟେ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବାରେ ଯେପରି ବାଧା ସୃଷ୍ଟି ନ ହେବ, ସେଥିପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories