www.samajalive.in
Tuesday, December 9, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ଟିଏମସିର ରାଜନୈତିକ ହିଂସା ବିରୋଧରେ ବିଜେପି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ

ଭୁବନେଶ୍ବର : ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହେବା ପରେ ହୋଇଥିବା ରାଜନୈତିକ ହିଂସା ପ୍ରତିବାଦରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ବୁଧବାର ବିଜେପି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି। ତୃଣମୂଳ କଂଗ୍ରେସ (ଟିଏମ୍‍ସି) ନିର୍ବାଚନରେ ବିଜୟ ଲାଭ କରିବା ପରେ ଏଭଳି ହିଂସାକାଣ୍ଡ ସୃଷ୍ଟି କରିଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।
ଫଳରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଭାଜପା ନେତା ଓ କର୍ମୀମାନେ ଉପବାସ କରି ପଶ୍ଚିମବଙ୍ଗ ହିଂସାକୁ ନିନ୍ଦା କରିଛନ୍ତି। ବାଲେଶ୍ୱର ଜିଲ୍ଲାର ନୀଳଗିରିସ୍ଥିତ ବାସଭବନରେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉପବାସ କରିଛନ୍ତି। ତାଙ୍କ ସହ ଦଳୀୟ ସମର୍ଥକମାନେ ମଧ୍ୟ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀଠାରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ପଶ୍ଚିମବଙ୍ଗ ହିଂସାର ପ୍ରତିବାଦରେ ଉପବାସ କରିଛନ୍ତି। ସେହିପରି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ବାସଭବନରେ ମଧ୍ୟ ଉପବାସ କରିଛନ୍ତି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ହିଂସା ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଜି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ନିଜ ନିଜ ନିବାସରେ ଉପବାସ, ପ୍ରତିବାଦ ଧାରଣା ଦିଆଯାଇଛି। ଦଳୀୟ କର୍ମକର୍ତ୍ତା ମାନେ ସକାଳ ୬ଟାରୁ ଉପବାସ କରିଥିବାବେଳେ ପ୍ଲାକାର୍ଡ ଧରି ନିଜ ବାସଭବନ, ମଣ୍ଡଳ ସ୍ତରରେ ଏବଂ ଜିଲ୍ଲା କାର୍ଯ୍ୟାଳୟରେ ପଶ୍ଚିମବଙ୍ଗ ହିଂସାକୁ ନେଇ ପ୍ରତିବାଦ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories