www.samajalive.in
Monday, December 8, 2025
20.1 C
Bhubaneswar

ତାଲାବନ୍ଦରେ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ସଚେତନ କଲେ ତହସିଲଦାର 

ବେଗୁନିଆ: ସରକାର ଆଜିଠାରୁ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ତାଲା ବନ୍ଦ ଘୋଷଣା କରିଥିବାବେଳେ ବେଗୁନିଆ ବ୍ଲକରେ ତାଲାବନ୍ଦକୁ ଲୋକମାନେ ଠିକ ଭାବରେ ମାନୁଛନ୍ତି ନାଁ ନାହିଁ ସେଥିପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ବୁଧବାର ସକାଳୁ ବ୍ଲକର ବିଭିନ୍ନ ସ୍ଥାନ ସହିତ ସାରୁଅଠାରେ ଥିବା ଶିଳ୍ପାଞ୍ଚଳ ବୁଲି ଲୋକମାନଙ୍କୁ ସଚେତନ କରିଛନ୍ତି । ଏଥିସହିତ କୋଭିଡ-୧୯ ନୀତିନିୟମକୁ ମାନି ଚଳିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । କୌଣସି ବାହାନା କରି ବାହାରେ ନ ବୁଲି ଘରେ ସୁରକ୍ଷିତ ଭାବେ ରହିବା ପାଇଁ ଲୋକମାନଙ୍କୁ ବୁଝାଇଛନ୍ତି।

ଏଥିସହିତ ବାଘମାରୀ ବଜାର, ସାରୁଅ ବଜାର ସହିତ ସାରୁଅ ଶିଳ୍ପାଞ୍ଚଳ ବୁଲି କମ୍ପାନୀ କର୍ମଚାରୀମାନେ ନୀତିନିୟମକୁ ଠିକ ଭାବରେ ପାଳନ କରୁଛନ୍ତି ନାଁ ନାହିଁ ତାହା ପରଖିଥିଲେ। ଏଥିସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ସାନିଟାଇଜେସନରେ ଯେଉଁମାନେ ଅବହେଳା କରିବେ ସେମାନଙ୍କ କମ୍ପାନୀ ସିଲ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରିଥିଲେ। ଆଇସୋଲେସନ ଉପରେ ସମସ୍ତ କମ୍ପାନୀ ଗୁରୁତ୍ୱ ଦେବାପାଇଁ କହିଥିଲେ । ଯଦି କେହି କର୍ମଚାରୀ ସଂକ୍ରମିତ ହୁଅନ୍ତି ତାହେଲେ ତାଙ୍କୁ ସଂଗେ ସଂଗେ ଆଇସୋଲେସନରେ ରଖିବା ପାଇଁ ନିର୍ଦେଶ ଦେଇଥିବାବେଳେ କରୋନା ନୀତିନିୟମକୁ ମାନି ସୁରକ୍ଷିତ ଭାବେ ରହିଲେ ସୁଖରେ ଜୀବନ ଯାପନ କରିପାରିବ ବୋଲି କହି ଲୋକମାନଙ୍କୁ ସଚେତନ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories