www.samajalive.in
Sunday, December 7, 2025
23.1 C
Bhubaneswar

ଆଖିର ସୁନ୍ଦରତା ବଜାୟ ରଖେ ଏହି ସରଳ ଉପାୟ

ଚକ୍ଷୁ ଆମର ସବୁଠାରୁ ସୌନ୍ଦର୍ଯ୍ୟମୟ ଅଙ୍ଗ। ଏହାର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ସହ ଆଖିତଳ କଳାଦାଗ ଦୂର କରିବା ଦ୍ୱାରା ଏହାର ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ। କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡ଼େ। ଆଖି ତଳ କଳା ଦାଗକୁ ଦୂର କରିବା ପାଇଁ ସହଜ ଘରୋଇ ଉପାୟ ଜାଣନ୍ତୁ….
– ବାହାରକୁ ଯିବା ପୂର୍ବରୁ ସନ୍‌ ଗ୍ଲାସ୍ ଲଗାଇବା ଜରୁରୀ। ବାହାରୁ ଆସିବା ପରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ।
-ପର୍ୟ୍ୟାପ୍ତ ପରିମାଣରେ ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜିନଥାଏ।
– ଘରୁ ପଦାକୁ ଯିବା ପୂର୍ବରୁ ଆଖି ତଳେ ସନ୍‌‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ।
– ନିୟମିତ ଭାବେ ୧ ମାସ ପର୍ୟ୍ୟନ୍ତ ବାଦାମ ତେଲ ମଧ୍ୟ ଆଖି ତଳ କଳାଦାଗରେ ଲଗାଇଲେ ଲାଭ ମିଳିଥାଏ।
-ଆଖି ତଳ କଳାଦାଗ ହେଉଥିଲେ କାଜଲ ନ ଲଗାଇବା ଉଚିତ, ତାହା ମଧ୍ୟ କଳାଦାଗକୁ ଅଧିକ ଗାଢ଼ କରେ।
-ନିୟମିତ ଭାବେ ଦିନକୁ ୫-୬ଥର ଥଣ୍ଡା ପାଣିରେ ଆଖି ଓ ଚାରିପାଖରେ ଛିଟା ମାରନ୍ତୁ। ଖରାରୁ ଆସିବା ପରେ ବରଫ ଘଷିଲେ ମଧ୍ୟ ଭଲ କିନ୍ତୁ ଶୀତରେ ଏହି କାରଣରୁ ଥଣ୍ଡା ଧରିବାର ଭୟ ରହିଛି।
ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ। ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ। ଚର୍ମକୁ ପୁର୍ନଃଜୀବିତ କରିଥାଏ। ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ।
ପ୍ରସ୍ତୁତି କରିବାର ଉପାୟ – ପୁଦିନା ଓ ଟମାଟୋକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ୧ଚାମଚ ଲେମ୍ବୁରସ ମିଶାନ୍ତୁ। ମିଶାଇବା ପରେ ଏହାକୁ ଆଖି ତଳେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ।
– ଆଳୁ ରସକୁ ଦିନକୁ ୨ ଥର କଳାଦାଗରେ ଲଗାଇଲେ ତାହା ଦୂର ହୁଏ।
– ବିଶେଷଜ୍ଞଙ୍କ ମତରେ ଶରୀରରେ ଜଳର ପରିମାଣ କମ୍ ହେବା କାରଣରୁ ହିଁ କଳାଦାଗ ହୋଇଥାଏ। ପ୍ରସବ ପରେ ମହିଳାମାନେ ଏଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories