www.samajalive.in
Monday, December 8, 2025
24.1 C
Bhubaneswar

ତାମିଲନାଡୁ ନିର୍ବାଚନ; ହାରିଲେ କମଲ ହାସନ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଭିନେତାରୁ ରାଜନେତା ବନିଥିବା ତଥା ମକ୍କଲ ନିଧି ମଇଅମର ନେତା କମଲ ହାସନ ପରାଜିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ମହିଳା ମୋର୍ଚ୍ଚା ସଭାପତି ଭାନଥି ଶ୍ରୀନିବାସନଙ୍କଠାରୁ ପରାସ୍ତ ହୋଇଛନ୍ତି। କମଲ ହାସନ କୋଇମ୍ବାଟୁର ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିଲେ।

ଏହି ଆସନରୁ କଂଗ୍ରେସର ମୌର୍ଯ୍ୟ ଜୟକୁମାର ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିଲେ। ଏହି ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ବାଜିମାତ କରିଛନ୍ତି।

- Advertisement -

ସୂଚନାଅନୁସାରେ, ରବିବାର ଏହି ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିଲା। ତେବେ କୋଲାଥୁର, ଏଡାପ୍ପାଡି ଏବଂ ଚିପକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଥିଲେ ହେଁ କୋଏମ୍ବାଟୁର ଆସନ ଫଳାଫଳ ଆସି ନ ଥିଲା। ପରେ ଫଳାଫଳ ପ୍ରକାଶ ପାଇଥିଲା। କମଲ ହାସନ ୧୭୨୮ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ପରାଜିତ ହୋଇଥିଲେ। ହାସନ ୫୧ ହଜାର ୪୮୧ ଭୋଟ ପାଇଥିବାବେଳେ ବିଜେପିର ମହିଳା ପ୍ରାର୍ଥୀ ୫୩ ହଜାର ୨୦୯ ଭୋଟ ପାଇଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories