www.samajalive.in
Wednesday, December 10, 2025
16.1 C
Bhubaneswar

ମହିଳା ଡିଗ୍ରୀ କଲେଜ ଶିକ୍ଷାବିଭାଗରେ ୱେବିନାର

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଗତ ଶୁକ୍ରବାର ୱେବିନାର ଅନଲାଇନ ମଧ୍ୟାମରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ତତ୍ତ୍ୱାବଧାନ ଓ ଶିକ୍ଷା ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅନଲାଇନ ପାଠଚକ୍ରର ବିଷୟବସ୍ତୁ ଥିଲା ଶାସ୍ତ୍ରୀୟ ଅନୁବନ୍ଧନ ଓ ଏହାର ଶିକ୍ଷାଗତ ଗୁରୁତ୍ୱ। ଗଞାମ ଜିଲ୍ଲା ପାଟପୁରସ୍ଥିତ ବିଶ୍ୱସ୍ୱରାୟା ବିଜ୍ଞାନ କଲେଜ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ସଞ୍ଜିବନୀ ସୁଧା ଜେନା ରିସୋର୍ସ ପର୍ସନ ଭାବେ ଏଥିରେ ଯୋଗଦେଇ ବିଷୟବସ୍ତୁ ଉପରେ ପାୱର ପଏଣ୍ଟ ଜରିଆରେ ବିସ୍ତୃତ ଭାବେ ବୁଝାଇଥିଲେ। ଯୋଗଦେଇଥିବା ଶିକ୍ଷା ବିଭାଗ ଛାତ୍ରୀଙ୍କର ଏହି ପ୍ରସଙ୍ଗ ଉପରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଅଧ୍ୟାପିକା ସୁଶ୍ରୀ ଜେନା ସେମାନଙ୍କ ସନ୍ଦେହ ଓ ସମସ୍ୟା ଦୂର କରିଥିଲେ। ଏହି ପାଠଚକ୍ରରେ କଲେଜର ଶିକ୍ଷା ବିଭାଗର ୫୪ଜଣ ଛାତ୍ରୀ ଅନଲାଇନରେ ଅଂଶ ଗ୍ରହଣ କରିଥିଲେ। ଶେଷରେ କଲେଜର ଶିକ୍ଷା ବିଭାଗର ଅଧ୍ୟାପିକା ସୋନାଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories