www.samajalive.in
Wednesday, December 10, 2025
18.1 C
Bhubaneswar

ନନ୍ଦିଗ୍ରାମ ବିଧାନସଭା ଆସନ: ଜିତିଲେ ଶୁଭେନ୍ଦୁ ଅଧିକାରୀ, ହାରିଲେ ମମତା ବାନାର୍ଜୀ

କଲକାତା: ନନ୍ଦିଗ୍ରାମ ବିଧାନସଭା ଆସନରୁ ଜିତିଲେ ଶୁଭେନ୍ଦୁ ଅଧିକାରୀ। ଏହି ଆସନରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ମମତା ବାନାର୍ଜୀଙ୍କୁ ମାତ୍‌ ଦେଲେ ଶୁଭେନ୍ଦୁ ଅଧିକାରୀ।  ମମତା ବାନାର୍ଜୀଙ୍କଠାରୁ ୧୯୫୩ ଭୋଟ ବ୍ୟବଧାନରେ ଜିତିଲେ ଶୁଭେନ୍ଦୁ ଅଧିକାରୀ।  ପଶ୍ଚିମବଙ୍ଗ ନିର୍ବାଚନର ଭୋଟ୍ ଗଣତି ଭିତରେ ଯେଉଁ ଆସନ ଉପରେ ସମସ୍ତଙ୍କର ନଜର ଥିଲା, ତା’ର ଫଳାଫଳ ଘୋଷଣା ହୋଇଛି। ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଏଠାରେ ତୃଣମୂଳ ନେତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ହାରି ଯାଇଛନ୍ତି।

ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ପରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁଠାରୁ ଆଗରେ ଥିଲେ। ହେଲେ କିଛି ଘଣ୍ଟା ପରେ ପୁଣି ମମତା ଦିଦି ଆଗରେ ରହିବା ସହିତ ଆଗକୁ ବଢିଥିଲେ। ଶେଷରେ ମମତାଙ୍କୁ ବହୁ ପଛରେ ପକାଇ ଶୁଭେନ୍ଦୁ ଅଧିକାରୀ ବିଜୟ ଲାଭ କରିଛନ୍ତି।

- Advertisement -

 

 

ଚଳିତ ଥରର ନିର୍ବାଚନ ମମତାଙ୍କ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ସେ ତାଙ୍କ ପାରମ୍ପରିକ ଆସନକୁ ଛାଡି ନନ୍ଦିଗ୍ରାମରୁ ଲଢିଥିଲେ। ଯେଉଁଠି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରି ସଫଳତା ପାଇବାକୁ ଆଶା ବାନ୍ଧିଥିଲା। ମମତା ଏଠାରୁ ପ୍ରାର୍ଥୀ ହେବା ପରେ ଶୁଭେନ୍ଦୁ-ମମତାଙ୍କ ଭିତରେ ଜୋରଦାର ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା। ଏପରିକି ପ୍ରଚାର ବେଳେ ଦୁଇ ନେତାଙ୍କ ଉପରେ ଆକ୍ରମଣ ହେବା ଭଳି ମଧ୍ୟ ଅଭିଯୋଗ ଆସିଥିଲା । ହେଲେ ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହିତ ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ।

ମମତାଙ୍କୁ ପଶ୍ଚିମବଙ୍ଗରେ କ୍ଷମତାକୁ ଆଣିବାରେ ନନ୍ଦିଗ୍ରାମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମମତା ନନ୍ଦିଗ୍ରାମରେ ହିଁ ବାମ ସରକାରର ଭୂମି ଅଧିଗ୍ରହଣ ବିରୋଧରେ ଧାରଣା ଦେଇଥିଲେ। ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମର ନାୟକ ବୋଲି କୁହାଯାଇଥାଏ, ଯିଏ ଦିନେ ମମତାଙ୍କ ଘନିଷ୍ଠ ରହିଥିଲେ। ତେବେ ଆଜି ମମତାଙ୍କ ବିରୋଧରେ ଲଢ଼ି ନିର୍ବାଚନରେ ବିଜୟୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories