www.samajalive.in
Monday, December 8, 2025
27.1 C
Bhubaneswar

ମଦ ବେପାରୀଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ଏକତ୍ରିତ ହୋଇ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି। ମଦ ଯୋଗୁଁ ସେମାନଙ୍କର ହସ ଖୁସିର ସଂସାର ଉଜୁଡି ଯାଉଥିବାରୁ ସେମାନେ ଏକତ୍ରିତ ହୋଇ ଏ ଅଞ୍ଚଳରେ ମଦ ବେପାର କରାଇଦେବେ ନାହିଁ ବୋଲି ଶପଥ ନେଇଛନ୍ତି। କିନ୍ତୁ ସିକୋ ଫାଣ୍ଡି ପୁଲିସ ମଦ ବେପାରୀଙ୍କଠାରୁ ମାସିକିଆ ବଟି ନେଉଥିବାରୁ ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତେ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ହୋଇ ଠିଆ ହେଉଛି ବୋଲି ମହିଳାମାନେ କହିଛନ୍ତି। ଆଜି ସମ୍ପୃକ୍ତ ମହିଳାମାନେ ଜଣେ ମଦବେପାରୀଙ୍କ ଘରେ ଚଢ଼ାଉ କରି ୫ ଲିଟର ଦେଶୀ ମଦ ଜବତ କରିବା ସମୟରେ ବେପାରୀଜଣକ କୌଶଳକ୍ରମେ ସେଠାରୁ ଛୁ ମାରିଥିଲା। ମହିଳାମାନେ ସେହି ମଦକୁ ଧରି ସିକୋ ଫାଣ୍ଡିରେ ପହଞ୍ଚି ସମ୍ପୃକ୍ତ ବେପାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହିତ ଜବତ କରିଥିବା ମଦ ୫ ଲିଟର ଫାଣ୍ଡି ବାବୁଙ୍କ ଜିମା ଦେଇଥିଲେ। କିନ୍ତୁ ଫାଣ୍ଡି ବାବୁ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ମହିଳାମାନେ ଚଢ଼ାଉ କରି ଆଣିଥିବା ମଦକୁ ସେ ଜବତ କରିପାରିବେ ନାହିଁ ଏବଂ ମଦ ବେପାରୀଙ୍କୁ ଧରି ତାଙ୍କୁ ଖବର ଦେବା ପାଇଁ କହିଥିଲେ। ତେଣୁ ରକ୍ଷକ ଯଦି ଭକ୍ଷକ ହେବ କାହାକୁ ଗୁହାରି କରି ମଦ ବିରୋଧୀ ଅଭିଯାନକୁ ଚାଲୁ ରଖିବେ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories