www.samajalive.in
Thursday, December 11, 2025
15.1 C
Bhubaneswar

ସାମ୍ବାଦିକଙ୍କୁ ସମ୍ମୁଖ ​‌କରୋନା ଯୋଦ୍ଧା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର: କରୋନା ଭଳି ମହାମାରୀ ସମୟରେ ସାମ୍ବାଦିକମାନେ କର୍ତ୍ତବ୍ୟ ନିଷ୍ଠ ହୋଇ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। କରୋନା ସମ୍ପର୍କିତ ତଥ୍ୟ ଓ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାଠାରୁ ଆରମ୍ଭ କରି ଜନସଚେତନତା ସୃଷ୍ଟି ଦିଗରେ ସେମାନଙ୍କ ଉଦ୍ୟମ ଅତୁଳନୀୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୬୯୪୪  ସାମ୍ବାଦିକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ଯ୍ୟରତ ସାମ୍ବାଦିକମାନେ କରୋନା ସମ୍ପର୍କିତ ଖବର ଲୋକଙ୍କ ନିକଟରେ ପହଞ୍ଚାଇ ମହାନ୍‌ କାର୍ଯ୍ୟ କରୁଛନ୍ତି। କରୋନା ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି। ଆମ କରୋନା ବିରୋଧୀ ଲଢ଼େଇରେ ସେମାନେ ବହୁତ ବଡ଼ ସମର୍ଥନ ଦେଉଛନ୍ତି। ପୂର୍ବରୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଥିଲା।

- Advertisement -

ରାଜ୍ୟରେ କାର୍ଯ୍ୟରତ ୬୯୪୪ ସାମ୍ବାଦିକ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ସୁବିଧା ପାଉଛନ୍ତି। ଏହି ଯୋଜନା ଅଧୀନରେ ସେମାନଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ମିଳୁଛି। ଏହାବ୍ୟତୀତ କରୋନାରେ ପ୍ରାଣ ହରାଉଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories