www.samajalive.in
Friday, December 12, 2025
19.1 C
Bhubaneswar

୧୫୦ ଜିଲାରେ ହୋଇପାରେ ସମ୍ପୂର୍ଣ୍ଣ ତାଲାବନ୍ଦ

ନୂଆଦିଲ୍ଲୀ : ଦେଶର ୧୫୦ଟି ଜିଲାରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡିଚାଲିଛି। ଏହିସବୁ ଜିଲାରେ ସଂକ୍ରମଣ ରୋକିବାକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ତାଲାବନ୍ଦ ଭଳି ପଦକ୍ଷେପ ନିଆଯିବାର ଆଶଙ୍କା ରହିଛି। ସଂକ୍ରମଣ ରୋକିବାକୁ ସମ୍ପୂର୍ଣ୍ଣ ତାଲାବନ୍ଦ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ଦଳ ପ୍ରସ୍ତାବ ଦେଇଛି। ତଥ୍ୟ ଅନୁଯାୟୀ ଏହିସବୁ ଜିଲାଗୁଡିକରେ ସଂକ୍ରମଣର ହାର ୧୫% ରହିଛି। ତାଲାବନ୍ଦ ନିମନ୍ତେ ଏହି କେନ୍ଦ୍ରୀୟ ଦଳ ମଙ୍ଗଳବାର ପ୍ରସ୍ତାବ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପରାମର୍ଶରେ କୁହାଯାଇଥିଲା ଯେ ଯେଉଁସବୁ ଜିଲାରେ ସଂକ୍ରମଣ ବେଗ ୧୦ ପ୍ରତିଶତରୁ ଅଧିକ ସେଠାରେ ତାଲାବନ୍ଦ କିମ୍ବା ନିଷିଦ୍ଧାଞ୍ଚଳ ଘୋଷଣା ଭଳି ନିଷ୍ପତ୍ତି ନିଆଯାଉ। ତାଲାବନ୍ଦ ସମୟରେ ଏହି ଜିଲାଗୁଡିକରେ କେବେଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ। ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ୮ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ,ଗୁଜରାଟ, ଛତିଶଗଡ ଓ ତାମିଲନାଡୁରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କର ୬୯% ରହିଛନ୍ତି।
ଦେଶରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦,୯୬୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୨୯୩ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମଣ ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୯,୯୭,୨୬୭ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୨,୦୧,୧୮୭ରେ ପହଞ୍ଚିଛି। ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ଭାରତରେ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ଅତିକ୍ରମ କରିଛି। ଏହା ପୂର୍ବରୁ ଆମେରିକା, ବ୍ରାଜିଲ ଓ ମେକ୍ସିକୋରେ ମୃତ୍ୟୁସଂଖ୍ୟା ୨ଲକ୍ଷ ଅତିକ୍ରମ କରିଥିଲା। ଦେଶରେ ଏବେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ସଂଖା ୨୯,୭୮,୭୦୯ ରହିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୮,୧୭,୩୭୧ଜଣ ସୁସ୍ଥ ହୋଇଛନ୍ତି।
ବୁଧବାର ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୨.୧ ପ୍ରତିଶତ ୫ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କେରଳ, କର୍ଣ୍ଣାଟକ ଓ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି। କେବଳ ମହାରାଷ୍ଟ୍ରରୁ ୧୮.୩୮ ପ୍ରତିଶତ ସଂକ୍ରମିତ ବାହାରିଛନ୍ତି। ମହାରାଷ୍ଟ୍ରରୁ ଗତ ୨୪ଘଣ୍ଟା ମଧ୍ୟରେ ୬୩,୩୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୯୮୫ଜଣ ଥିବାବେ​‌େ​‌ଳ ଦିଲ୍ଲୀରୁ ୩୮୧ଜଣ ଅଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories