www.samajalive.in
Monday, December 8, 2025
24.1 C
Bhubaneswar

କରୋନା ପୀଡ଼ିତଙ୍କ ସହାୟତା ପାଇଁ ଆଗେଇ ଆସିଲେ ଅକ୍ଷୟ ଓ ଟ୍ବିଙ୍କଲ୍‌, ଦାନ କଲେ ୧୦୦ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର

ମୁମ୍ବଇ: ସାରା ଦେଶ ଏବେ କଠିନ ସମୟ ଦେଇ ଗତି କରୁଛି। କରୋନା ତାର କାୟା ବିସ୍ତାର କରିଚାଲିଛି। ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବରୁ ଲୋକମାନଙ୍କ ଜୀବନ ଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଲୋକଙ୍କ ପାଖରେ ଅକ୍ସିଜେନ୍‌ ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି। ଅକ୍ଷୟ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନା ଦେଶରେ ଅକ୍ସିଜେନରୁ ଅଭାବକୁ ଦେଖି ଲୋକଙ୍କ ସହାୟତା ପାଇଁ ପ୍ରାୟ ୧୦୦ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଏକ ପଞ୍ଜିକୃତ ଏନ୍‌ଜିଓ ସନ୍ଧାନରେ ଅଛନ୍ତି।

- Advertisement -

ଟ୍ବିଙ୍କଲ୍‌ ନିଜ ଟ୍ବିଟର ଆକାଉଣ୍ଟରେ ଲୋକଙ୍କଠାରୁ ସାହାଯ୍ୟ ଭିକ୍ଷା କରି ଲେଖିଛନ୍ତି, ‘‘ଦୟାକରି ମୋତେ ଏକ ପ୍ରକୃତ, ବିଶ୍ବାସଯୋଗ୍ୟ ଓ ପଞ୍ଜିକୃତ ଏନ୍‌ଜିଓର ଠିକଣା ଦିଅନ୍ତୁ, ଯିଏ ୧୦୦ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବାଣ୍ଟିବାରେ ସାହାଯ୍ୟ କରିବ। କନ୍‌ସେନ୍‌ଟ୍ରେଟର ଗୁଡ଼ିକୁ ସିଧାସଳଖ ୟୁକେରୁ ସେମାନଙ୍କ ନିକଟରେ ପହଞ୍ଚିବ’’।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କରୋନା ପୀଡ଼ିତଙ୍କ ସହାୟତା ପାଇଁ ଅକ୍ଷୟ କୁମାର ଗୌତମ ଗମ୍ଭୀର ଫାଉଣ୍ଡେସନକୁ ୧ କୋଟି ଟଙ୍କା ଦାନ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories