www.samajalive.in
Friday, December 5, 2025
23.1 C
Bhubaneswar

ବଢିବ କରୋନା ମୃତ୍ୟୁସଂଖ୍ୟା! ମେ ଦ୍ୱିତୀୟ ସପ୍ତାହରେ ଶିଖର ଛୁଇଁବ ସଂକ୍ରମଣ! କଣ କହୁଛନ୍ତି ଜ୍ୟୋତିଷ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ବେଳେବେଳେ ଏମିତି ବି ସମୟ ଆସେ, ଜ୍ୟୋତିଷଶାସ୍ତ୍ରକୁ ଆଦୋୖ ବିଶ୍ୱାସ କରୁନଥିବା ଲୋକ ଶେଷରେ ସେହିଠାରେ ପହଞ୍ଚନ୍ତି। ଗ୍ରହ ନକ୍ଷତ୍ରଙ୍କ ଚଳନ ଓ ବିଭିନ୍ନ ରାଶି ଉପରେ ସେମାନଙ୍କର ପଡୁଥିବା ପ୍ରଭାବ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି। ଏବେ ଆମ ଦେଶବାସୀଙ୍କ ଅବସ୍ଥା ସେହିଭଳି ସ୍ଥିତିରେ ପହଞ୍ଚିଛି। ଚିକିତ୍ସା ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଗବେଷଙ୍କ ପର୍ଯ୍ୟନ୍ତ କେହି କହିପାରୁନାହାନ୍ତି, ଏହି ମହାମାରୀରେ କେବେ ପୂର୍ଣ୍ଣଚ୍ଛେଦ ପଡିବ। ସବୁଠି ନିରାଶ ହେବାପରେ ଏବେ ଜ୍ୟୋତିଷ ଶାସ୍ତ୍ରର ମତ ଜାଣିବା। ଅଧିକାଂଶ ହୁଏତ ଏହାକୁ ବିଶ୍ୱାସ କରିନପାରନ୍ତି ଏବଂ ଏହା କହିଥିବା ଜ୍ୟୋତିଷଙ୍କର ବ୍ୟକ୍ତିଗତ ମତ ହୋଇପାରେ। କିନ୍ତୁ ତାହା ଆଢୁଆଳରେ ସେ ଆମ ସମସ୍ତଙ୍କୁ ସତର୍କ, ସଚେତନ କରାଇଦେବାର ପ୍ରଯତ୍ନ କରିଛନ୍ତି; ଯାହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଦେଶରେ ଏବେ ସଂକ୍ରମଣ ଯେଉଁଭଳି ଭାବରେ ବଢିଚାଲିଛି ତାହାକୁ ନେଇ ସମସ୍ତେ ବ୍ୟଥିତ, ବ୍ୟସ୍ତ ବିବ୍ରତ। କିନ୍ତୁ କିଛି ବିଶିଷ୍ଟ ଜ୍ୟୋତିଷଙ୍କ କହିବା ଅନୁଯାୟୀ ଆମ ଦେଶରେ ସଂକ୍ରମଣ ଏଯାଏ ଶିଖର ଛୁଇଁନାହିଁ। ରୁଷିଆର ଜଣେ ସୁପରିଚିତ ଜ୍ୟୋତିଷଶାସ୍ତ୍ରବିଦ୍‍ ତାତିଆନା ବୋର୍ସ୍କ ପୂର୍ବରୁ ୨୦୨୧ରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଆସିବାନେଇ ଅନୁମାନ କରିଥିଲେ। ଏବେ ସେ କହିଛନ୍ତି, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଆହ୍ବାନମୂଳକ ରହିବ। ତତ୍‍ସହିତ ମେ ମାସରୁ ଜୁଲାଇ ପ୍ରଥମଭାଗ ପର୍ଯ୍ୟନ୍ତ ଏବଂ ଚଳିତ ବର୍ଷ ଡିସେମ୍ବରରୁ ୨୦୨୨ ଜାନୁଆରୀ ପର୍ଯ୍ୟନ୍ତ ଅତ୍ୟନ୍ତ ଜଟିଳ ସମୟ ରହିଛି। ଏହି ସମୟରେ ବିଶ୍ୱରେ ପୁରାତନ ସମସ୍ୟା ପୁଣି ମୁଣ୍ଡ ଟେକିପାରେ, ଏପରିକି ନୂଆ ସମସ୍ୟା ମଧ୍ୟ ଦେଖାଦେଇପାରେ।
ଅନ୍ୟଜଣେ ବିଶିଷ୍ଟ ଜ୍ୟୋତିଷ ମାହାମା ହୋପାଦ୍ୟା ପଣ୍ଡିତ ଗଣନା କରି କହିଛନ୍ତି ଯେ ୨୦୨୧ ସୁଦ୍ଧା ମହାମାରୀ ସମସ୍ୟା ଦୂର ହୋଇଯିବ।
ଅନ୍ୟପକ୍ଷରେ ଜ୍ୟୋତିଷ ନରସିଂହା ରାଓ ମଧ୍ୟ ବୋର୍ସ୍କଙ୍କ ଭଳି ଅନୁମାନ କରିଛନ୍ତି, କରୋନାର ଏହି ତରଙ୍ଗ ୨୦୨୧ର ଶେଷ ତରଙ୍ଗ ହେବନାହିଁ। ମାର୍ଚ୍ଚ ୨୧ରୁ ମେ ୭ ତାରିଖ ମଧ୍ୟରେ ଏହା ମାତ୍ରାଧିକ ଭାବେ ବୃଦ୍ଧିପାଇବ। ସାରା ଦେଶରେ ଅନେକ ସଂକ୍ରମିତ ଚିହ୍ନଟ ହେବେ, ତାହାସହିତ ଅନେକ ଲୋକଙ୍କର ପ୍ରାଣହାନି ଘଟିବ ବୋଲି ମଧ୍ୟ ସେ କହିଛନ୍ତି। ଏପରିକି ସେ କହିଛନ୍ତି, କରୋନା ସଂକ୍ରମଣ ଏବେସୁଦ୍ଧା ଶିଖରରେ ପହଞ୍ଚିନାହିଁ। ଚଳିତ ବର୍ଷ ମେ ୭ରୁ ୧୫ ତାରିଖ ମଧ୍ୟରେ ସଂକ୍ରମଣ ଶିଖର ଛୁଇଁବ। ମେ ୧୫ରୁ ଜୁନ ୨୪ ମଧ୍ୟରେ ଏଥିରେ ଧୀରେ ଧୀରେ ହ୍ରାସ ପରିଲକ୍ଷିତ ହେବ। ଜୁନ ୨୪ ବେଳକୁ ପରିସ୍ଥିତିରେ ଅନେକ ସୁଧାର ଆସିଥିବ। ତାଙ୍କ କହିବା ଅନୁଯାୟୀ ୨୦୨୧ ଡିସେମ୍ବରରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଭାରତ ଓ ଆମେରିକାରେ ଆଉ ଏକ ତରଙ୍ଗ ସଂକ୍ରମଣ ଆସିପାରେ। କରୋନାର ଆଉ ଏକ ତରଙ୍ଗ ଅଥବା ଅନ୍ୟ କୋୖଣସି ରୋଗ ବ୍ୟାପିପାରେ। ଏହା ବିଶ୍ୱର ବହୁ ରାଷ୍ଟ୍ରକୁ ମଧ୍ୟ କବଳିତ କରିପାରେ। ଏକ ନୂଆ ମ୍ୟୁଟେସନ ଆସିବ ଯାହା ଅଧିକ ସଂକ୍ରାମକ ଏବଂ ମାରାତ୍ମକ। ଅବଶ୍ୟ ବିଶ୍ୱବ୍ୟାପୀ ଟିକାକରଣକୁ ବ୍ୟାପକ କରାଯାଉଥିବାରୁ ତାହାର ପ୍ରଭାବ କିଭଳି ରହିବ ତାହା କହିନହେଲେ ମଧ୍ୟ ଜ୍ୟୋତିଷବିଦ୍ୟା ମତରେ ଏଭଳି ଏକ ସଂକ୍ରମଣର ଆଶଙ୍କା ରହିଛି। ସେଥିପାଇଁ ଜନସାଧାରଣ କୋଭିଡ ଟିକା ନେବା, ତୁଣ୍ଡି ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ମହାମାରୀ ସମସ୍ତଙ୍କୁ ଚେତିବା ଓ ସୁଧୁରିଯିବାକୁ ସୁଯୋଗ ଦେଉଥିବା ସେ କହିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories