www.samajalive.in
Friday, December 5, 2025
23.1 C
Bhubaneswar

କରୋନାରେ ପ୍ରାଣ ହରାଇଲେ ଯାତ୍ରା ହାସ୍ୟାଭିନେତା ଜଗା ରାଉତ

ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗ୍ରାମର ବିଶିଷ୍ଟ ଯାତ୍ରା ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ ଓରଫ ଜଗା ରାଉତ ନାମ ସାରା ଓଡ଼ିଶାର ଘରେ ଘରେ ପରିଚିତ। ହସାଉଥିଲେ କିନ୍ତୁ ତାଙ୍କ ହସକୁ ଲିଭାଇଦେଲା କରୋନା। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

- Advertisement -

ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନ କହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟା ପଡାରୁ ଭଳି ବହୁ ଯାତ୍ରାରେ ଅଭିନୟ କରି ସେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରାଇଛନ୍ତି। ଦିନେ ସାତଶଙ୍ଖ ଅପେରାର ବ୍ରାଣ୍ଡ୍‌ ପାଲଟିଯାଇଥିବା ଜଗା ରାଉତ ଯାତ୍ରା ଜଗତର ଏକ ପରିଚିତ ନାଁ ଥିଲେ। ଜିଭ ଅଗରେ ଅସଜଡ଼ କଥା କହି ହସାଇ ହସାଇ ବେଦମ କରାଉଥିଲେ। ୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ। ୩୦ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଥିଲେ। ସଂପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories