www.samajalive.in
Monday, December 8, 2025
14.1 C
Bhubaneswar

ଜଣେ କରୋନା ଆକ୍ରାନ୍ତ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିବେ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ତୁଣ୍ଡି ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିତାନ୍ତ ଜରୁରୀ। ଜଣେ କରୋନା ସଂକ୍ରମିତ ଯଦି ସାମାଜିକ ଦୂରତା ବଜାୟ ନରଖନ୍ତି ତେବେ ୩୦ ଦିନ ମଧ୍ୟରେ ସେ ୪୦୬ ଜଣଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି। ଏହା କହିଛନ୍ତି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଉପରୋକ୍ତ ତଥ୍ୟ ଜାଣିବାକୁ ମିଳିଛି। ଯଦି ସଂକ୍ରମିତ ବ୍ୟକ୍ତିଜଣକ ଅନ୍ୟମାନଙ୍କ ସହିତ ମିଳାମିଶା କରିବା ୫୦% କମାଇ ଦିଅନ୍ତି ତେବେ ତାଙ୍କ ସଂସ୍ପର୍ଶରେ ଆସି ୧୫ ଜଣ ସଂକ୍ରମିତ ହୋଇପାରନ୍ତି। ଯଦି ବ୍ୟକ୍ତିଜଣକ ୭୫% ସାମାଜିକ ଦୂରତା ବଜାୟ ରଖନ୍ତି ତେବେ ୩୦ ଦିନରେ ମାତ୍ର ୨.୫ ଜଣ ଲୋକ ତାଙ୍କ ଦ୍ୱାରା ସଂକ୍ରମିତ ହେବା ଆଶଙ୍କା ରହିଛି। ତେଣୁ ଗୋଟିଏ ପଟେ କରୋନାର ମୁକାବିଲା ପାଇଁ ଚିକିତ୍ସା ବିଜ୍ଞାନ ଆଧାରରେ ପଦକ୍ଷେପ ନେବା ଏବଂ ଅନ୍ୟପଟେ ଜନସାଧାରଣ କୋଭିଡ-୧୯ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ତାହାସହିତ ସେ ସମସ୍ତ ଜନସାଧାରଣ ତୁଣ୍ଡି ପରିଧାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ତାହାସହିତ ପରସ୍ପର ଠାରୁ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବାକୁ ସେ କହିଛନ୍ତି। ଏସବୁ ସତ୍ତେ୍ୱ ସଂକ୍ରମିତ ହୋଇନଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ସଂକ୍ରମିତ ହେବା ଆଶଙ୍କା ରହିଛି। କାରଣ ଜଣେ ଗୃହାବଦ୍ଧ ରହିଥିବା ସମୟରେ ଏହିଭଳି ହେବା ଆଶଙ୍କା ରହୁଛି। ଯଦି ତୁଣ୍ଡି ପିନ୍ଧୁନାହାନ୍ତି ତେବେ ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟଜଣେ ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରିବା ଆଶଙ୍କା ୯୦% ରହୁଛି। ଯଦି ସଂକ୍ରମିତ ହୋଇନଥିବା ବ୍ୟକ୍ତି ତୁଣ୍ଡି ପିନ୍ଧନ୍ତି ଏବଂ ସଂକ୍ରମିତ ବ୍ୟକ୍ତି ନପିନ୍ଧନ୍ତି, ତେବେ ସୁସ୍ଥ ବ୍ୟକ୍ତିଜଣକ ସଂକ୍ରମିତ ହେବା ଆଶଙ୍କା ୩୦% ରହୁଛି। ଯଦି ଉଭୟ ସଂକ୍ରମିତ ଓ ସୁସ୍ଥ ବ୍ୟକ୍ତି ତୁଣ୍ଡି ପିନ୍ଧନ୍ତି ତେବେ ସଂକ୍ରମଣ ହେବା ଆଶଙ୍କା ମାତ୍ର ୨.୫% ରହିଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ସମସ୍ତେ ତୁଣ୍ଡି ପିନ୍ଧିବା ସହିତ ପରସ୍ପର ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିଲେ ସଂକ୍ରମଣ ହେବା ଆଶଙ୍କା ନଗଣ୍ୟ ରହୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories