www.samajalive.in
Thursday, December 11, 2025
26.1 C
Bhubaneswar

ସ୍ମରଣିକା ‘ସ୍ମୃତିରେ ସୌମ୍ୟ’ ଉନ୍ମୋଚନ

ଗଡ଼ମଧୁପୁର: ଧର୍ମଶାଳା ମହାବିଦ୍ୟାଳୟର ଖେଳ ଶିକ୍ଷକ ତଥା ଉଦିୟମାନ ଯୁବପ୍ରତିଭା ସୌମ୍ୟ ରଞ୍ଜନ ପ୍ରତାପସିଂ(୨୯)ଙ୍କର ଏକାଦଶାହ ଅବସରରେ ଆୟୋଜିତ ସ୍ମୃତି ସଭାରେ ସ୍ମରଣିକା ‘ସ୍ମୃତିରେ ସୌମ୍ୟ’ ଉନ୍ମୋଚିତ ହୋଇଯାଇଛି। ଧର୍ମଶାଳା ବ୍ଲକ ତରଞ୍ଜିଆ ପଂଚାୟତର ସୌମ୍ୟ ରଂଜନ ଭଉଣି ବାହାଘର ଜିନିଷ କିଣିବାକୁ ଯାଇ ଭୂବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଗୋପାଳପୁର ନିକଟରେ ସଡକ ଦୁର୍ଘଟଣାରେ ଗୁରୁତ୍ତର ହୋଇ ଚିକିତ୍ସିତ ଅବସ୍ଥାରେ ଗତ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଉଣିର ବିବାହ ଗତକାଲି ୨୫ତାରିଖରେ ହେବାକୁ ଥିବା ବେଳେ ଭାଇ ସୌମ୍ୟର ଏକାଦଶହ କାର୍ଯ୍ୟ କରାଯାଉଥିବାରୁ ଏକ ଦୁଃଖଦ ପରିସ୍ଥିତି ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।

 

- Advertisement -

ସୌମ୍ୟପ୍ରକାଶଙ୍କର କୋଭିଡ କଟକଣା ମଧ୍ୟରେ ଏକ ଭାବବିହ୍ୱଳ ପରିସ୍ଥିରେ ଏକାଦଶାହ ଅନୁଷ୍ଟିତ ହୋଇଛି। ଚିକୁ ସାର ଅମର ରହେ ଧ୍ୱନିରେ ସଭାମଞ୍ଚ ପ୍ରକମ୍ପିତ ହେବା ସହିତ ଛାତ୍ରଛାତ୍ରୀଙ୍କର ବୁକୁଫଟା କ୍ରନ୍ଦନ ଏକ ବିପରିତ ପରିସ୍ଥିତି ସୃଷ୍ଟି କରିଥିଲା। ଧର୍ମଶାଳା ମହାବିଦ୍ୟାଳୟର ବରିଷ୍ଟ ଅଧ୍ୟାପକ ଅରବିନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିଶୁ ସାହିତ୍ୟିକ ପ୍ରିୟନାଥ ମହାପାତ୍ର, ଜିଲାପରିଷଦ ସଦସ୍ୟ ନିରଞ୍ଜନ ରାଉତ, ପ୍ରମୋଦ ନାୟକ, ସତିଶ ବିଶ୍ୱାଳ, ପ୍ରଶାନ୍ତ କୁମାର ଜେନା, ଗୋଲଖ ପଲେଇ, ନୃସିଂହ ଚରଣ ମିଶ୍ର, ଜଗଦାନନ୍ଦ ରାଉତ ପ୍ରମୁଖଙ୍କ ସ୍ମୃତିଚାରଣ କରିବା ସହିତ ସ୍ମରଣିକା ସ୍ମୃତିରେ ସୌମ୍ୟ ଉନ୍ମୋଚିତ ହୋଇଥିଲା। ମାନସ ବିଶ୍ୱାଳ ପ୍ରାରମ୍ଭିକ ସୁଚନା ପ୍ରଦାନ ସହିତ ଅତିଥି ପରିଚୟ ପ୍ରାଦନ କରିଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories