www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀରେ ଆଉ ଏକ ସପ୍ତାହ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ଲକଡାଉନ ବୃଦ୍ଧି ପାଇଛି। ଆସନ୍ତା ସୋମବାର ଅର୍ଥାତ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ​ସୋମବାର ଭୋର ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

କେଜ୍ରିଓ୍ବାଲ କହିଛନ୍ତି ଯେ, ଲକଡାଉନ ସମୟରେ ଦେଖିବାକୁ ମିଳିଛି ଯେ ସଂକ୍ରମଣ ହାର ୩୬ରୁ ୩୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଲା। ଦିଲ୍ଲୀରେ ଏତେ ସଂକ୍ରମଣ ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଦେଖାଯାଇ ନ ଥିଲା। ଗତ ଦିନେ/ଦୁଇଦିନରେ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି। ଆଜି ଅର୍ଥାତ୍‌ ରବିବାର ଏହା ୩୦ ପ୍ରତିଶତ ତଳକୁ ଖସିଛି। ସେ ଆହୁରି କହିଛନ୍ତି, ଆମେ ଏକ ପୋର୍ଟାଲ ଆରମ୍ଭ କରିଛୁ, ଯେଉଁଥିରେ ଅକ୍ସିଜେନ ଯୋଗାଣର ଉତ୍ତମ ପରିଚାଳନା ପାଇଁ ଅକ୍ସିଜେନ ଉତ୍ପାଦକ, ଯୋଗାଣକାରୀ ଏବଂ ହସ୍ପିଟାଲଗୁଡ଼ିକ ଦ୍ବାରା ପ୍ରତି ୨ ଘଣ୍ଟାରେ ଅପଡେଟ୍‌ କରାଯିବ। କେନ୍ଦ୍ର ଏବଂ ରାଜ୍ୟର ଟିମଗୁଡ଼ିକ ମିଳିତ ହୋଇ ଏ ଦିଗରେ କାର୍ଯ୍ୟ କରଉଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ କେଜ୍ରିୱାଲ ଦିଲ୍ଲୀରେ ୬ ଦିନିଆ ଲକଡାଉନ ଲାଗୁ କରିଥିଲେ। ଏହା ଏପ୍ରିଲ ୨୬ ସକାଳ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ଏହାକୁ ଆହୁରି ବୃଦ୍ଧି କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories