www.samajalive.in
Saturday, December 6, 2025
26.1 C
Bhubaneswar

ନିଆଁରେ ପୋଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣା, ଦୀର୍ଘ ୫ ବର୍ଷ ପରେ ମିଳିବ ୮ ଲକ୍ଷ କ୍ଷତିପୂରଣ

କଟକ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର କେଳା ସାହିରେ ନିଆଁରେ ପୋଡ଼ି ହୋଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାର ୫ ବର୍ଷ ପରେ ଶେଷରେ ମିଳିବ ୮ ଲକ୍ଷ ଟଙ୍କା କ୍ଷତିପୂରଣ। ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ମୃତ ଶିଶୁଙ୍କ ମାଆ ପାଇବେ ଏହି କ୍ଷତିପୂରଣ ରାଶି।

୨୦୧୬ ମସିହା ଏପ୍ରିଲ ୭ ତାରିଖ ରାତିରେ ଲକ୍ଷ୍ମୀ ଦାସ ତାଙ୍କ ଦୁଇ ଶିଶୁକନ୍ୟାଙ୍କୁ ଧରି ଶୋଇଥିବା ବେଳେ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷ୍ମୀ ଦାସ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଦୁଇ ଶିଶୁ କନ୍ୟା ସୁଭଦ୍ରା(୮ବର୍ଷ) ଏବଂ ବଉଳ(୫ବର୍ଷ)ଙ୍କର ନିଆଁରେ ପୋଡ଼ି ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଦଳିତ ମହିଳା ପ୍ରଶାସନିକ ଉଦାସୀନତାର ଶିକାର ହୋଇଥିଲେ। ଏହାକୁ ନେଇ ଆଇନଜୀବୀ ତଥା ସାମାଜିକ କର୍ମୀ ନିଶିକାନ୍ତ ମିଶ୍ର ଉକ୍ତ ପରିବାରକୁ ସରକାରୀ ସହାୟତା ତଥା ସରକାରଙ୍କର ସମସ୍ତ ଜନମଙ୍ଗଳକାରୀ ଯୋଜନାରେ ସାମିଲ କରିବା ସହିତ ମୃତ ଶିଶୁ କନ୍ୟାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟର ଆବେଦନ କରିଥିଲେ। ଏହାକୁ କମିଶନ ଅତ୍ୟନ୍ତ ଗୁରୁତର ସହ ନେଇ ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପୁରୀ ଜିଲ୍ଲାପାଳ ଯେଉଁ ଜବାବ ରଖିଥିଲେ ସେଥିରେ କମିଶନ ସନ୍ତୁଷ୍ଟ ହୋଇ ନ ଥିଲେ। କ’ଣ ପାଇଁ ଘଟଣା ଘଟିବାର ୪ ବର୍ଷ ପରେ ବି ରାଜ୍ୟ ସରକାର ସ୍ଥିର କରିଥିବା କ୍ଷତିପୂରଣ ଦୁଇ ମୃତ ଶିଶୁଙ୍କ ପରିବାର  ପାଇ ନାହାନ୍ତି ଏହାକୁ ନେଇ ମନ୍ୟବର୍ କମିଶନ ବାରମ୍ବାର ତାଗିଦ୍ କରିଥିଲେ। ଶେଷରେ ଘଟଣାର ୫ ବର୍ଷ ପରେ ପୁରୀ ଜିଲ୍ଲା ପ୍ରଶାସନ ମୃତ ଦୁଇ ଶିଶୁଙ୍କ ନିକଟ ସମ୍ପର୍କୀୟ ତଥା ତାଙ୍କ ମାଆ ଲକ୍ଷ୍ମୀ ଦାସଙ୍କୁ ଖୁବ୍ ଶୀଘ୍ର ୮ ଲକ୍ଷ ଟଙ୍କା ଦେବେ ବୋଲି ମନ୍ୟବର କମିଶନଙ୍କ ନିକଟର ସତ୍ୟପାଠ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ମାସ ୩ ତାରିଖରେ ହେବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories