www.samajalive.in
Wednesday, December 10, 2025
18.1 C
Bhubaneswar

ମେ ୧୫ ବେଳକୁ ଦୈନିକ ମୃତ୍ୟୁ ସଂଖ୍ୟା ୫୬୦୦ ଟପିବ, ମାସ୍କ ପିନ୍ଧିଲେ ବର୍ତ୍ତିଯିବ ୭୦ ହଜାର ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମେ ୧୫ ତାରିଖ ସୁଦ୍ଧା ପିକ୍‌ ବା ଶୀର୍ଷରେ ପହଞ୍ଚିବ। ଏହି ସମୟରେ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୫୬୦୦ ଅତିକ୍ରମ କରିବ। ଆମେରିକାର ଏକ ବିଶ୍ଵବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏଭଳି ଦାବି କରାଯାଇଛି। ଯଦି ସ୍ଥିତି ଏପରି ରୁହେ, ଜୁଲାଇ ଶେଷ ସୁଦ୍ଧା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୬୫ ହଜାର ଛୁଇଁବ। ଦେଶବାସୀ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ମାସ୍କ ପିନ୍ଧିଲେ ୭୦ ହଜାର ଜୀବନ ବର୍ତ୍ତିଯିବ ବୋଲି ଏଥିରେ କୁହାଯାଇଛି।

ୱାଶିଂଟନ ବିଶ୍ଵବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍‌ ଫର ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏଶନ (ଆଇଏଚଏମଇ) ଦ୍ବାରା ‘କୋଭିଡ-୧୯ ପ୍ରୋଜେକ୍ସନ’ ଶୀର୍ଷକରେ କରାଯାଇଥିବା ଏହି ଅଧ୍ୟୟନର ରିପୋର୍ଟ ଗତ ୧୫ ତାରିଖରେ ପ୍ରକାଶିତ ହୋଇଛି। ଅଧ୍ୟୟନରେ ଦାବି କରାଯାଇଛି ଯେ, କରୋନା ମହାମାରୀର ଏହି ତରଙ୍ଗ ଆଗାମୀ ସପ୍ତାହରେ ସ୍ଥିତିକୁ ଅଧିକ ବିଗାଡ଼ିବ। ବିଶେଷଜ୍ଞମାନେ କହିଛନ୍ତି ଯେ, ମେ ୧୦ ସୁଦ୍ଧା ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ୫୬୦୦ରେ ପହଞ୍ଚିବ।

- Advertisement -

ଅଧ୍ୟୟନରେ କୁହାଯାଇଛି ଯେ, ଏପ୍ରିଲର ୩ୟ ସପ୍ତାହ ଶେଷ ପର୍ଯ୍ୟନ୍ତ ଯଦି ସମସ୍ତେ ମାସ୍କ ପିନ୍ଧିବାର ଅଭ୍ୟାସକୁ ଗୁରୁତର ସହ ନେବେ, ତେବେ ମୃତ୍ୟୁ ସଂଖ୍ୟା ଆହୁରି ୭୦ ହଜାର କମିଯାଇ ପାରିବ। ୨୦୨୦ ସେପ୍ଟେମ୍ବରରୁ ୨୦୨୧ ଫେବୃୟାରୀ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖାଯାଇଥିଲା। କିନ୍ତୁ ଏହା ପରେ ଅଚାନକ ସବୁ ବଦଳିଯାଇଥିଲା ଏବଂ ଏପ୍ରିଲରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି।

ଗତବର୍ଷ ସେପ୍ଟେମ୍ବରରେ କରୋନା ପିକ୍‌ରେ ଥିବାବେଳେ ଯେତିକି ସଂକ୍ରମଣ ଥିଲା, ତାହା ତୁଳନାରେ ଏପ୍ରିଲର ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଇଛି। ଏପ୍ରିଲର ପ୍ରଥମ ଏବଂ ଦ୍ବିତୀୟସପ୍ତାହରେ ମଧ୍ୟରେ ଭାରତରେ ଦୈନିକ ସଂକ୍ରମଣରେ ୭୧% ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୫୫% ବଢ଼ିଛି। ଏହାର କାରଣ ପଛରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାରେ ଦାୟିତ୍ଵହୀନତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories