www.samajalive.in
Monday, December 8, 2025
27.1 C
Bhubaneswar

ଅନିଲ ଦେଶମୁଖଙ୍କ ବିରୋଧରେ ଏତଲା ରୁଜୁ କଲା ସିବିଆଇ

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏତଲା ରୁଜୁ କରିଛି। ଦେଶମୁଖଙ୍କ ବ୍ୟତୀତ ଅନେକ ଅଜ୍ଞାତ ଲୋକଙ୍କ ବିରୋଧରେ ମୁମ୍ବଇର ପୂର୍ବତନ କମିଶନର ପରମବୀର ସିଂହଙ୍କ ଅଭିଯୋଗ ମାମଲାରେ ଏହି ଏତଲା ରୁଜୁ ହୋଇଛି। ଏହା ସହିତ ସିବିଆଇ ଦେଶମୁଖଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଦେଶମୁଖ ମୁମ୍ବଇ ପୁଲିସର ପୂର୍ବତନ କର୍ମଚାରୀ ସଚିନ ୱାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିଂହ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ସିବିଆଇ ତଦନ୍ତ ସମୟରେ ଅନିଲ ଦେଶମୁଖଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ଦେଶମୁଖଙ୍କ ଦୁଇ ଜଣ ବ୍ୟକ୍ତିଗତ ସହାୟକଙ୍କ ସମେତ ଅଭିଯୋଗକାରୀ ପରମବୀର ସିଂହଙ୍କର ବି ବୟାନ ରେକର୍ଡ କରିଥିଲା। ସେପଟେ ଏନଆଇଏ ଦ୍ବାରା ଗିରଫ ହୋଇଥିବା ସଚିନ ୱାଜେଙ୍କୁ ବି ସିବିଆଇ ପଚରାଉଚରା କରିଥିଲା। ସଚିନ ୱାଜେଙ୍କୁ ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଅଭିଯୋଗରେ ଏନଆଇଏ ଗିରଫ କରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories