www.samajalive.in
Saturday, December 6, 2025
26.1 C
Bhubaneswar

କାନାଡା ସରକାରଙ୍କ ବଡ ନିଷ୍ପତ୍ତି; ମାସକ ପାଇଁ ଭାରତ ଓ ପାକିସ୍ତାନରୁ ଯାତ୍ରୀବାହୀ ବିମାନ ମନା

ଓଟାୱା: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କାନାଡା ସରକାର ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ପାଇଁ କଟକଣା ଲଗାଇଛନ୍ତି। ଏଥିସହିତ ମାସକ ପାଇଁ ପାକିସ୍ତାନରୁ ସମସ୍ତ ଯାତ୍ରୀବାହୀ ବିମାନର ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି କାନାଡାକୁ ଆସୁଥିବା ବିମାନଯାତ୍ରୀଙ୍କ ମଧ୍ୟରୁ ଏହି ଦୁଇ ରାଷ୍ଟ୍ରରୁ ସର୍ବାଧିକ ସଂଖ୍ୟକ କୋଭିଡ ପଜିଟିଭ ଚିହ୍ନଟ ହେଉଥିବା ଦୃଷ୍ଟିରୁ କାନାଡା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
କାନାଡାର ପରିବହନ ମନ୍ତ୍ରୀ ଓମାର ଅଲଘାବ୍ରା କହିଛନ୍ତି, କାନାଡାକୁ ଯେତେ ସଂଖ୍ୟକ ବିମାନ ଯାତ୍ରୀ ଆସୁଛନ୍ତି, ସେମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ କୋଭିଡ ପଜିଟିଭ ଭାରତ ଓ ପାକିସ୍ତାନରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ଚିହ୍ନଟ କରାଯାଉଛି। ସେଥିପାଇଁ ଏହି ଦୁଇ ରାଷ୍ଟ୍ରରୁ ସମସ୍ତ ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଯାତ୍ରୀବାହୀ ବିମାନ ଚଳାଚଳକୁ ମାସକ ପାଇଁ ବନ୍ଦ ରଖାଯାଇଛି। ଏହି ନିଷ୍ପତ୍ତି ସାମୟିକ ଭାବେ ନିଆଯାଇଛି। ପରେ ପରିସ୍ଥିତିକୁ ବିଚାରକୁ ନେଇ ସରକାର ଯାହା କିଛି ନିଷ୍ପତ୍ତି ନେବେ। ଆଜି ଭାରତୀୟ ସମୟ ରାଜି ୧୧.୩୦ରୁ ଏହି କଟକଣା ଲାଗୁ ହେଉଛି। ତେବେ ପଣ୍ୟବାହୀ ବିମାନ କ୍ଷେତ୍ରରେ ଏହି କଟକଣା ଲାଗୁ ହେବନାହିଁ। ଟିକା, ପିପିଇ କିଟ୍‍ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଉକ୍ତ ବିମାନଗୁଡିକୁ ଅନୁମତି ଦିଆଯିବ। ଏଥିସହିତ କାନାଡାକୁ ଆସୁଥିବା ସମସ୍ତ ବିମାନଯାତ୍ରୀଙ୍କ ନିମନ୍ତେ ଯାତ୍ରାରମ୍ଭ ପୂର୍ବରୁ ଏବଂ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଦେଶକୁ ଆସୁଥିବା ବିମାନଯାତ୍ରୀ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories