www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରୀମନ୍ଦିରରେ ରକ୍ତଛିଟା: ତଦନ୍ତ ନିର୍ଦେଶ, ଶ୍ରୀଜିଉଙ୍କର ହେଲା ମହାସ୍ନାନ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନ ଧୂପ ପରେ ପୁରୀ ଶ୍ରୀମନ୍ଦିର ଜେଟିପିର ଦୁଇଜଣ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ଓ ଥଟ୍ଟା ମଜା ଗଣ୍ଡଗୋଳର ରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା ଏବଂ ଉଭୟ ମାରପିଟ୍ ହୋଇଥିଲେ। ଏଥିରେ ଜଣଙ୍କ ମୁଣ୍ଡ ଫାଟିଯାଇଥିଲା। ଫଳରେ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ପଡ଼ିଥିଲା। ଆହତ ବ୍ୟକ୍ତିଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

 

- Advertisement -

ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଆଜି ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଅପରପକ୍ଷରେ ପୁରୀ ଶ୍ରୀମନ୍ଦିର ଜେଟିପିଙ୍କ ମଧ୍ୟରେ ମାର୍‌ପିଟ୍‌ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦେଶ ଦେଇଥିବା ସୂଚନା ମିଳିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories