www.samajalive.in
Wednesday, December 10, 2025
18.1 C
Bhubaneswar

ଡିଆଁ ମାରୁଛି କରୋନା : ବଲାଙ୍ଗିର, ଟିଟିଲାଗଡ, ପାଟଣାଗଡରେ ଅଧିକ ସଂକ୍ରମିତ

ବଲାଙ୍ଗିର : କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ସଂଖ୍ୟା କମିବାର ନାଁ ନେଉ ନାହିଁ। ଗଲା କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଉପରେ ରହୁଛି। ଆଉ ବୁଧୁବାର ସଂକ୍ରମିତଙ୍କ ସଂଖ୍ୟା ୯୩ ଥିବା ବେଳେ ଜିଲାରେ ୪୩୭ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି। ଏପର୍ଯ୍ୟନ୍ତର ୯୪୯୨ଜଣ ସଂକ୍ରମିତ ହୋଇଥିବା ବେଳେ ୯ହଜାର ୧୦ଜଣ ସୁସ୍ଥ ହେଲେଣି। କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ୨୦ ଆଇସିୟୁରେ ଗୁରୁତର ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ସେହିପରି ବିବିଏମ୍‍ସିଏଚ୍‍ରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ କେନ୍ଦ୍ର ଓ ଲର୍କିପାଲି ଆଇଟିଆଇ ପରିସରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଥିବା ସିଡିଏମ୍‍ଓ ଡା.ଭୀମ ସାହୁ କହିଛନ୍ତି। ଆଜି ୯୩ଜଣ ସଂକ୍ରମିତଙ୍କ ମଧ୍ୟରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ, ଟିଟିଲାଗଡ ବ୍ଲକ ଓ ପୌରାଞ୍ଚଳ ଓ ପାଟଣାଗଡ ବ୍ଲକ ଓ ଏନ୍‍ଏସି ଅଞ୍ଚଳରେ ସର୍ବାଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିପରି ବେଲପଡ଼ା, ଦେଓଗାଁ, ଲୋଇସିଂହା, ମୁରିବାହାଲ, ପୁଇଁନ୍ତଲା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ ପ୍ରକୋଷ୍ଠ ସମ୍ମୁଖରେ ଯୁକ୍ତ ତିନି ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଆସନ୍ତା ୧୯ରେ ଅଫ୍‍ଲାଇନ୍‍(କଲେଜରେ ବସି ପରୀକ୍ଷା ଦେବା)କୁ ବିରୋଧ କରାଯାଇଛି। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ବର୍ତ୍ତମାନ ସଂକ୍ରମଣ ବଢ଼ିି ବଢ଼ିି ଯାଉଥିବା ବେଳେ ଅଫ୍‍ଲାଇନ୍‍ ନକରି ଅନ୍‍ଲାଇନ୍‍ ଜରିଆରେ କରିବା ପାଇଁ ଦାବି କରିଛନ୍ତି। ସଂକ୍ରମିତ ହେଲେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଦାୟୀ ହେବେ କି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ ଆଉ କିଛି ଛାତ୍ରଛାତ୍ରୀ କହିଛନ୍ତି ଯେ, ଆମେ ଆନ୍ଦୋଳନ କରୁ ନାହୁଁ। ଆମ ଅଧିକାର ଆମେ ମାଗୁଛୁ। ଅନ୍‍ଲାଇନ୍‍ ପରୀକ୍ଷା ନକରି କର୍ତୃପକ୍ଷ ଅଫଲାଇନ୍‍ ପରୀକ୍ଷା କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories