www.samajalive.in
Wednesday, December 10, 2025
26.1 C
Bhubaneswar

ଆଠଗଡ ଦମକଳ କେନ୍ଦ୍ର ପକ୍ଷରୁ ଅଗ୍ନିଶମ ସପ୍ତାହ ପାଳନ

ଆଠଗଡ : ଆଠଗଡ ଦମକଳ କେନ୍ଦ୍ର ପକ୍ଷରୁ ବୁଧବାର ଠାରୁ ଅଗ୍ନିଶମ ସପ୍ତାହ ପାଳନ ଉପଲକ୍ଷେ ଜନସାଧାରଣଙ୍କ ମଧ୍ୟରେ ଅଗ୍ନି ସଚେତନତା ସୃଷ୍ଟି ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଠଗଡ ଅଗ୍ନିଶମ କେନ୍ଦ୍ରାଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗ୍ନିକମାନେ ଦମକଳ ଗାଡିରେ ଆଠଗଡ ସହର ଓ ଗ୍ରାମାଞ୍ଚଳରେ ଅଗ୍ନିସଚେତନତା ପାଇଁ ପ୍ରଚାର ପ୍ରସାର କରିଥିଲେ। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଅଗ୍ନିକାଣ୍ଡ କିପରି ନହେବ, ଅଗ୍ନିକାଣ୍ଡ ଘଟିଲେ କିପରି ନିଜକୁ ସୁରକ୍ଷିତ ରଖି ଅନ୍ୟକୁ ଉଦ୍ଧାର କରିବେ ସେ ସଂପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦେବା ଲାଗି ପରାମର୍ଶ ଦିଆଯାଇଥିଲା। ଆଗ୍ନିକମାନେ ବିପଦ ବେଳର ବନ୍ଧୁ ହୋଇଥିବାରୁ ସେମାନଙ୍କୁ କର୍ତ୍ତବ୍ୟ ସଂପାଦନ କରିବାରେ ସାହାର୍ଯ୍ୟ କରନ୍ତୁ ବୋଲି ଆଗ୍ନିକମାନେ ଜନସାଧାରଣଙ୍କୁ ନିବେଦନ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories