www.samajalive.in
Wednesday, December 10, 2025
26.1 C
Bhubaneswar

ସିବିଆଇ ନିକଟରେ ହାଜର ହେଲେ ଅନିଲ ଦେଶମୁଖ

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ବୁଧବାର ସିବିଆଇ ନିଟକରେ ହାଜର ହୋଇଛନ୍ତି। ମୁମ୍ବଇର ଡିଆରଡିଓ ଗେଷ୍ଟହାଉସରେ ସିବିଆଇ ତାଙ୍କୁ ପଚରାଉଚରା କରିବ। ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ପରେ ବମ୍ବେ ହାଇକୋର୍ଟ ତାଙ୍କ ବିରୋଧରେ ସିବିସିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେସିବିଆଇ ଦେଶମୁଖଙ୍କୁ ପରମବୀରଙ୍କ ଅଭିଯୋଗ ଉପରେ ଜେରା କରିବ।

ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବଇ ପୁଲିସର ଜଣେ ଅଧିକାରୀ ସଚିନ ୱାଜେଙ୍କୁ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ନେଇ ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି​‌ ଲେଖି ଅଭିଯୋଗ କରିଥିଲେ। ଏହା ପରେ ସେ ପ୍ରଥମେ ସୁପ୍ରିମକୋର୍ଟ ଏବଂ ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗୃହମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିବାରୁ ତାଙ୍କୁ ବଦଳି କରାଯାଇଥିବାରୁ ସମ୍ପୂର୍ଣ୍ଣ ଅଭିଯୋଗର ସିବିଆଇ ତଦନ୍ତ କରାଇବାକୁ ପରମବୀର ହାଇକୋର୍ଟଙ୍କୁ ନିବେଦନ କରିଥିଲେ।

- Advertisement -

ହାଇକୋର୍ଟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ଦେଶମୁଖ ଗତ ୫ ତାରିଖରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories