www.samajalive.in
Sunday, December 14, 2025
23.1 C
Bhubaneswar

ହସ୍ପିଟାଲରେ ଶଯ୍ୟା ଅଭାବ, ଆମ୍ବୁଲାନ୍ସରେ ଚାଲୁଛି ଚିକିତ୍ସା

ଅହମଦାବାଦ: ଦେଶର ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଏବେ ହସ୍ପିଟାଲ ଉପରେ ପଡ଼ିଛି। ହସ୍ପିଟାଲରେ ଶଯ୍ୟା ପାଇଁ ରୋଗୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟରେ। ଏଠାରେ ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବା ଲାଗି ବହୁ ସମୟ ଅପେକ୍ଷା କରିବାକୁ ପଡୁଛି।

ଗୁଜରାଟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାବେଳେ ହସ୍ପିଟାଲଗୁଡ଼ିକ ଜାମ୍‌ ହୋଇଗଲାଣି। ଅହମଦାବାଦର ସବୁଠୁ ବଡ଼ କୋଭିଡ ହସ୍ପିଟାଲରେ ୧୨୦୦ ବେଡ୍‌ ପୂର୍ଣ୍ଣ ହୋଇଯାଇଛି। ହସ୍ପିଟାଲ କ୍ୟାମ୍ପସରେ ଆମ୍ବୁଲାନ୍ସ ଧାଡ଼ିରେ ଅଟକି ରହିଥିବା ଦେଖିବାକୁ ମିଳିଛି। ରୋଗୀଙ୍କୁ ବେଡ୍‌ ମିଳୁ ନ ଥିବାରୁ ଆମ୍ବୁଲାନ୍ସରେ ସେମାନଙ୍କ ଚିକିତ୍ସା କରାଯାଉଥିବାବେଳେ ବେଡ୍‌ ଖାଲି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି।

- Advertisement -

ସୂଚନାଯୋଗ୍ୟ, ଗୁଜରାଟରେ ଗତ ୨୪ଘଣ୍ଟାରେ ୬୦୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ୫୫ ଜଣଙ୍କର ମୃତ୍ୟୁ ଘଟିଛି। ଅହମଦାବାଦ ବ୍ୟତୀତ ସୁରତ, ରାଜକୋଟ ଭଳି ସହରରେ ବି ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories