www.samajalive.in
Friday, December 12, 2025
17.1 C
Bhubaneswar

କୁସ୍ତିରେ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କଲେ ଅଂଶୁ ଓ ସୋନମ୍‌

ଆଲ୍‌ମାଟି: ଦୁଇ ଭାରତୀୟ ଯୁବା ମଲ୍ଲଯୋଦ୍ଧା ଅଂଶୁ ମଲ୍ଲିକ ଓ ସୋନମ୍‌ ମଲ୍ଲିକ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। କାଜାଖ୍‌ସ୍ତାନର ଆଲ୍‌ମାଟିରେ ଆୟୋଜିତ ଟୋକିଓ ଅଲିମ୍ପିକ୍‌ସ ଏସୀୟ ଯୋଗ୍ୟତା ପର୍ୟ୍ୟାୟ ମହିଳା କୁସ୍ତି ଇଭେଣ୍ଟରେ ଅଂଶୁ ଓ ସୋନମ୍‌ ଏହି ସଫଳତା ହାସଲ କରିଛନ୍ତି। ୧୯ ବର୍ଷ ବୟସ୍କା ଅଂଶୁ ୫୭ ଓ ୧୮ ବର୍ଷ ବୟସ୍କା ସୋନମ୍‌ ୬୨ କେଜି ବର୍ଗରେ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। ସୋନମ୍‌ ଲଢେଇରେ ପ୍ରଥମରୁ ପଛରେ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରତ୍ୟାବର୍ତ୍ତନ କରି ୬-୦ରେ ବିଜୟୀ ହୋଇଥିଲେ। ଶେଷରେ ଦକ୍ଷିଣ କୋରିଆର ଜିଉନ୍‌ ଉମ୍‌ଙ୍କୁ ପରାସ୍ତ କରିଥିଲେ।

ସେହିପରି ସୋନମ ପ୍ରଥମରୁ ପ୍ରାଧାନ୍ୟବିସ୍ତାର କରି ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଥିଲେ। ଅଂଶୁ ଫାଇନାଲ ଲଢେଇରେ ଶେଷରେ ଚୀନ୍‌ର ଜିୟା ଲଙ୍ଗଙ୍କୁ ୫-୨ରେ ପରାସ୍ତ କରିବା​ରେ ସକ୍ଷମ ହୋଇଥିଲେ। ଫଳରେ ରିଓ ଅଲିମ୍ପିକ୍‌ସରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ ଅଲିମ୍ପିକ୍‌ସ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି। ଏହି ସଫଳତା ଲାଗି ଅଂଶୁ ଓ ସୋନମଙ୍କୁ ସାକ୍ଷୀ ଶୁଭେଚ୍ଛା ଜଣାଇଛନ୍ତି। ଜୁନିୟର ବର୍ଗରେ ସଫଳତା ପରେ ସିନିୟର ବର୍ଗ ପାଇଁ ସୋନମଙ୍କ ନିକଟରେ ଯଥେଷ୍ଟ ଦକ୍ଷତା ରହିଛି ବୋଲି ପ୍ରଶିକ୍ଷକ ଆଜ୍‌ମେର୍‌ ମଲ୍ଲିକ କହିଛନ୍ତି। ପୂର୍ବରୁ ବିନେଶ ଫୋଗଟ୍‌ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିଲେ। ଅଲିମ୍ପିକ୍‌ସ ଲାଗି ଏପର୍ୟ୍ୟନ୍ତ ୭ଜଣ ଭାରତୀୟ ମଲ୍ଲଯୋଦ୍ଧା ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରି ସାରିଲେଣି। ପୁରୁଷ ବିଭାଗରେ ବଜରଙ୍ଗ ପୁନିଆ ୬୫ କିଗ୍ରା, ରବି ଦାହିଆ ୫୭ କିଗ୍ରା,ଦୀପକ ପୁନିଆ ୮୬ କିଗ୍ରାରେ ଯୋଗ୍ୟତା ହାସଲ କରିଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories