www.samajalive.in
Thursday, December 11, 2025
18.1 C
Bhubaneswar

ବୟସ୍କମାନେ ମୁକ୍ତ ଭାବରେ ନିଜ ଧର୍ମ ବାଛିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୟସ୍କମାନେ ମୁକ୍ତ ଭାବରେ ନିଜ ଧର୍ମ ବାଛିପାରିବେ। ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଧର୍ମ ପରିବର୍ତ୍ତନକୁ ଯାଞ୍ଚ କରିବା ଲାଗି କଠୋର ଆଇନ ଆଣିବା ପାଇଁ ଦାବି କରି ବିଜେପି ନେତା ଅଶ୍ଵିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି।

ଜଷ୍ଟିସ ରୋହିନ୍‌ଟନ ଫଲି ନରିମାନଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ, ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ନିଜ ଧର୍ମକୁ ମୁକ୍ତ ଭାବରେ ବାଛି ନ ପାରିବାର କୌଣସି କାରଣ ନାହିଁ। ସମ୍ବିଧାନରେ ‘ମତ ପ୍ରଚାର’ ଶବ୍ଦ କାହିଁକି ରହିଛି, ତାହାର ଏକ କାରଣ ଅଛି ବୋଲି ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଡ୍‌ଭୋକେଟ ଗୋପାଳ ଶଙ୍କର ନାରାୟଣନଙ୍କୁ କହିଥିଲେ।

- Advertisement -

ଜଷ୍ଟିସ ନରିମନ କହିଥିଲେ ଯେ, ଆବେଦନକାରୀ ଆତ୍ମପ୍ରଚାର କରିବା ଲାଗି ଏହି ପିଟିଶନ ରୁଜୁ କରିଛନ୍ତି, ଯାହା ଅତ୍ୟନ୍ତ କ୍ଷତିକାରକ। ଖଣ୍ଡପୀଠ ଆବେଦନକାରୀଙ୍କୁ ବଡ଼ ପରିମାଣର ଜରିମାନା ଲାଗୁ କରିବାକୁ ଚେତାବନୀ ଦେଇଥିଲେ। ଏହା ପରେ ବିଜେପି ନେତା ଅଶ୍ଵିନୀ ପିଟିଶନକୁ ପ୍ରତ୍ୟାହାର କରିନେଇଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories