www.samajalive.in
Saturday, December 6, 2025
26.1 C
Bhubaneswar

ପିପିଲି ଉପନିର୍ବାଚନ ପାଇଁ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

ପିପିଲି : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଅତିରିକ୍ତ ପୁଲିସ ମହାନିର୍ଦେଶକ (ଆଇନ ଶୃଙ୍ଖଳା) ଯଶୋବନ୍ତ ଜେଠୱା ପିପିଲି ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ସେଠାକାର ଆଇନ୍‍, ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ଭାବେ ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କସହ ଆଲୋଚନା କରିଛନ୍ତି। ନିର୍ବାଚନକୁ ଅବାଧ, ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ଆଦର୍ଶ ଆଚରଣବିଧି, କୋଭିଡ୍‍ ନିୟମର ଅନୁପାଳନ ସଂକ୍ରାନ୍ତରେ ବିଶଦ୍‍ ଭାବେ ସେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ନିର୍ବାଚନ ସମୟରେ ଦଳୀୟକର୍ମୀଙ୍କ ପ୍ରଚାର, ଭୋଟଦାନ ଏବଂ ଭୋଟ ଗଣତି ସମୟରେ ପୁଲିସ ସୁରକ୍ଷା ବ୍ୟବସ୍ଥାସଂକ୍ରାନ୍ତରେ ମଧ୍ୟ ଅତିରିକ୍ତ ଡିଜିପି ଆଲୋଚନା କରିବା ସହ ନିର୍ବାଚନମଣ୍ଡଳୀକୁ ଭିଆଇପି/ଭିଭିଆଇପିଙ୍କ ଗସ୍ତ ସମୟରେ ପୁଲିସର କାର୍ଯ୍ୟ ଶୈଳୀ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଥିଲେ। ୧୧୦/୧୦୭ ସିଆର୍‍ପିସିରେ ସମ୍ପୃକ୍ତ ଥିବା ଅପରାଧୀ, ବେଆଇନ୍‍ ଭାବେ ରଖିଥିବା ମାରଣାସ୍ତ୍ର, ନିର୍ବାଚନ ସମୟରେ ଚୋରା ମଦ କାରବାର ଉପରେ ରୋକ୍‍ ଏବଂ ଜାମିନ୍‍ବିହୀନ ପରୱାନା( ଏନ୍‍ବିଡବ୍ଲ୍ୟୁ)  ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନର ସୁପରିଚାଳନା ନିମନ୍ତେ ୧୮ ପ୍ଲାଟୁନ୍‍ ଓଏସ୍‍ଏପି ଫୋର୍ସ ମୁତୟନ କରାଯାଇଛି। ୩ କମ୍ପାନୀ ସିଏପିଏଫ ଫୋର୍ସ ଅଳ୍ପ ଦିନ ମଧ୍ୟରେ ନିର୍ବାଚନମଣ୍ଡଳୀରେ ପହଁଚିବେ ବୋଲି ସୂଚନା ଦିଆଯାଇଛି। ଏହା ବ୍ୟତୀତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହସମାପ୍ତ କରିବାକୁ ଅତିରିକ୍ତ ଡିଜିପି ଶ୍ରୀଜେଠୱା ପୁରୀ ଏସ୍‍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅତିରିକ୍ତ ଡିଜିପିଙ୍କ ଗସ୍ତ ସମୟରେ ଡିଆଇଜି, କେନ୍ଦ୍ରାଞ୍ଚଳ,ପୁରୀ ଏସ୍‍.ପି  ଏବଂ ଅନ୍ୟ ବରିଷ୍ଠ ପୁଲିସ୍‍ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories