www.samajalive.in
Monday, December 8, 2025
13.1 C
Bhubaneswar

ଆଜି ସନ୍ଧ୍ୟା ୭ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’ : ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଭାବବିନିମୟ କରିବେ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୭ଟାରେ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୧’ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକମାନଙ୍କ ସହ ଭାବବିନିମୟ କରିବେ। କୋଭିଡ-୧୯ ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ବୃହତ କାର୍ଯ୍ୟକ୍ରମରେ ଉଦବୋଧନ ଦେବାକୁ ଯାଉଛନ୍ତି। ଟୁଇଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ପରୀକ୍ଷା ଯୋଦ୍ଧା, ଅଭିଭାବକ ଓ ଶିକ୍ଷକମାନଙ୍କ ସହ ତାଙ୍କର ଏହି ସ୍ମରଣୀୟ ଆଲୋଚନାବେଳେ ବିଭିନ୍ନ ବିଷୟବସ୍ତୁ ଉପରେ ଅନେକ ପ୍ରଶ୍ନ ଉପରେ କରାଯିବ।

ଦେଶର ଯୁବପିଢି ମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରୀକ୍ଷା ପେ ଚର୍ଚ୍ଚା ହେଉଛି ପରୀକ୍ଷା ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି କରିବାର ମହାନ୍‍ ଲକ୍ଷ୍ୟ। ନବମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଗତ ଫେବୃୟାରୀ ୧୭ତାରିଖ ଓ ମାର୍ଚ୍ଚ ୧୪ତାରିଖରେ ମାଇଁ ଗଭ୍‍ ପ୍ଲାଟଫର୍ମରେ ଏକ ଅନଲାଇନ ସୂଜନଶୀଳ ଲେଖା ପ୍ରତିଯୋଗିତା କରାଯାଇଥିଲା। ୧୪ଲକ୍ଷ ଅଂଶଗ୍ରହଣକାରୀ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ। ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାଜନିତ ଚାପରୁ ମୁକ୍ତ କରିବ। ପ୍ରଥମ ଥର ପାଇଁ ୮୧ଟି ବିଦେଶୀ ରାଷ୍ଟ୍ରର ଛାତ୍ରଛାତ୍ରୀମାନେ ସୃଜନଶୀଳ ଲେଖା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ଆପଣମାନେ ଏହି କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲ, ଏଡୁ ମିନଅଫ ଇଣ୍ଡିଆ, ନରେନ୍ଦ୍ର ମୋଦୀ ପିଏମଓ ଇଣ୍ଡିଆ, ପିଆଇବି ଇଣ୍ଡିଆ, ଦୂରଦର୍ଶନ ନ୍ୟାସନାଲ, ମାଇଁ ଗଭ୍‍ ଇଣ୍ଡିଆ, ଡିଡି ନ୍ୟୁଜ, ରାଜ୍ୟସଭା ଟିଭି,ସ୍ୱଂୟପ୍ରଭା, ଫେସବୁକ୍‍ ଓ ୟୁ ଟ୍ୟୁବ ଆଦି ଡିଜିଟାଲ ଗଣମାଧ୍ୟମ ମଞ୍ଚ ଦ୍ୱାରା ଦେଖିପାରିବେ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories