www.samajalive.in
Thursday, December 11, 2025
15.1 C
Bhubaneswar

ଯବାନଙ୍କ ଗୁଳିରେ ପାକ୍‌ ଅନୁପ୍ରବେଶକାରୀ ନିହତ, ୨ଟି ଏକେ-୪୭ ଓ ୨୨ କିଲୋ ହେରୋଇନ ଜବତ

ଅମୃତସର: ପଞ୍ଜାବର ଅମୃତସର ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ପାକିସ୍ତାନୀ ନିଶାଦ୍ରବ୍ୟ ଚାଲାଣକାରୀ ସେନା ଗୁଳିରେ ନିହତ ହୋଇଛି। ତା’ଠାରୁ ଯବାନମାନେ ୨ଟି ଏକେ-୪୭ ବନ୍ଧୁକ, ୨ଟି ମାଗାଜିନ, ପାକିସ୍ତାନୀ ମୁଦ୍ରା ସମେତ ୨୨ କିଲୋ ହେରୋଇନ ଜବତ ହୋଇଛି। ଏହି ମାମଲାରେ ଲୋପୋକେ ଥାନା ପୁଲିସ ଗୁରଦାସପୁରର ଦୁଇ ନିଶାଦ୍ରବ୍ୟ ଚାଲାଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ବିଏସଏଫ ଯବାନମାନେ କକଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଯବାନମାନେ ସୀମା ନିର୍ଦ୍ଧାରଣ କରୁଥିବା କଣ୍ଟା ତା’ର ପାଖରେ କିଛି ଶବ୍ଦ ଶୁଣିଥିଲେ। ଯବାନମାନେ ପାଟି କରିଥିଲେ ମଧ୍ୟ ନିଶାଦ୍ରବ୍ୟ ଚାଲାଣକାରୀ ଜଣକ ଶୁଣି ନ ଥିଲା। ଫଳରେ ଯବାନମାନେ ଗୁଳି କରିଥିଲେ, ଯେଉଁଥିରେ ସେ ନିହତ ହୋଇଥିଲା।

- Advertisement -

ଅନ୍ୟପଟେ ଲୋପୋକେ ଥାନା ପୁଲିସ ନିଶାଦ୍ରବ୍ୟ ଚାଲାଣକାରୀ ଗୁରଦାସପୁରର ଜଗଦୀଶ ଭୁରା ଏବଂ ଯଶପାଲ୍‌ ସିଂହ ବିରୋଧରେ ମାମଲା ରୁଜୁ କରିଛି। ଜଗଦୀଶ ଭୁରା ଏବେ ବେଲଜିୟମରେ ଅଛି ଏବଂ ସେ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଥିବା ପୁଲିସ କହିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଭୁରାର ସମ୍ପର୍କ ରହିଛି। ବିଭିନ୍ନ ସମୟରେ ଅନୁପ୍ରବେଶକାରୀମାନେ ସୀମା ଡେଇଁ ଭାରତରେ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ପହଞ୍ଚାଉଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories