www.samajalive.in
Friday, December 5, 2025
26.1 C
Bhubaneswar

ସବ୍ୟଙ୍କ ସହାୟତାରେ ନୂଆ ଜୀବନ ପାଇଲା କୁନିଝିଅ ସ୍ୱରାଜ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହଲ ପଂଚାୟତ କଟିଂଆପଦର ଗ୍ରାମର କୁନିଝିଅ ସ୍ୱରାଜ। ବୟସ ମାତ୍ର ୧୦ମାସ। ଜନ୍ମରୁ ମେରୁଦଣ୍ଡରେ ହାଡ ବଢିବା ସହିତ ପଛପଟେ ଏକ ଆବୁ ସଦୃଶ ହୋଇଗଲା। ଯାହାକୁ ନେଇ ପରିବାର ଚିନ୍ତିତ ଥିଲେ। ଏହି ରୋଗକୁ ନେଇ ମା ଶୈତାଲା ଭାଙ୍ଗି ପଡିଥିଲେ। ଠିକ ଏହି ସମୟରେ ଶୈତାଲାଙ୍କୁ ମାଡି ବସିଲା ଆଉ ଏକ ଦୁଃଖ ପ୍ରେମ ବିବାହ କରିଥିବା ଶୈତାଲାଙ୍କୁ ତାଙ୍କ ସ୍ୱାମୀ ଛାଡି ପଳାଇଲେ। ଦୁଃଖ କଷ୍ଟରେ ସ୍ୱରାଜ ଚିନ୍ତାରେ ମା ଶୈତାଲା ଶେଷରେ ଅଭିନେତା ସବ୍ୟସାଚ୍ଚୀଙ୍କ ସହାୟତା ନେଇଥିଲେ। ସମସ୍ତ ଚିକିତ୍ସା ବହନ କରିବେ ଏବଂ ସେ ଆସି ବାପାର କର୍ତ୍ତବ୍ୟ କରିବାକୁ ଶୈତାଲାଙ୍କ ସ୍ୱାମୀଙ୍କୁ ସବ୍ୟସାଚ୍ଚୀ ନିବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା। ଶେଷରେ ଓଡିଆ ଡାକ୍ତର ସଂଘ ସହାୟତାରେ କଟକ ବଡ ମେଡିକାଲରେ ୪୫ ଦିନରେ ୨ଟି ଗୁରୁତ୍ୱପୁର୍ଣ୍ଣ ଅସ୍ତ୍ରୋପ୍ରଚାର ପରେ ଏବେ ସୁସ୍ଥ ଅଛନ୍ତି ସ୍ୱରାଜ। ଏଭଳି ଆବୁ ଯୋଗୁଁ ଜନ୍ମରୁ ପଛପଟିଆ ଶୋଇ ପାରୁନଥିବା ସ୍ୱାରାଜର ମେରୁଦଣ୍ଡ ଚିକିତ୍ସା ପରେ ସେ ପ୍ରଥମ କରି ପଛପଟିଆ ଶୋଇଛି। ସ୍ୱାମୀ ଛାଡିଦେବା ପରେ ଶୈତାଲାଙ୍କ ସାନଭଉଣୀ ପାଖରେ ରହୁଥିଲେ। ଉଭୟ ଏବେ ହସ୍ପିଟାଲରୁ ନିଜ ଘରକୁ ଫେରିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories