www.samajalive.in
Sunday, December 7, 2025
16.1 C
Bhubaneswar

ଲାଞ୍ଜିଗଡରେ କରୋନା କାୟା ; ୫ ପଜିଟିଭ ଚିହ୍ନଟ , ଚନ୍ଦନପୁର କଣ୍ଟେନମେଣ୍ଟଜୋନ ଘୋଷଣା

ଲାଞ୍ଜିଗଡ : ବର୍ତ୍ତମାନ ସାରା ଓଡିଶାରେ କରୋନାର ଭୟାବହତା ଦେଖା ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ମଧ୍ୟ ୫ଜଣକୁ ପଜିଟିଭ ଚିହ୍ନଟ କରାଯାଇଛି। ବିଶ୍ୱନାଥପୁର ଡାକ୍ତରଖାନାର ଜଣେ ସଫେଇ କର୍ମଚାରୀ ଓ ୨ଜଣ ଷ୍ଟାଫ୍ ନର୍ସଙ୍କ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେହିଭଳି ଚନ୍ଦନପୁରର ଜଣେ ଓ ଲାଞ୍ଜିଗଡରେ ଜଣେ ପଜିଟିଭ ବାହାରିଥିବା ଜଣାପଡିଛି।
୫  ପଜିଟିଭ ଚିହ୍ନଟ ପରେ ବ୍ଲକ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଅତି ଆଶ୍ଚର୍ଯ୍ୟର ବିଷୟ ବିଶ୍ୱନାଥପୁର ଡାକ୍ତରଖାନାର ୩ଜଣ କର୍ମଚାରୀ ଦୁଇଥର ଟିକା ନେବାପରେ ମଧ୍ୟ କେମିତି ପଜିଟିଭ ବାହାରିଲା ତାହା ସନ୍ଦେହ ସୃଷ୍ଟି କରୁଛି। ପ୍ରତିଦିନ ବିଶ୍ୱନାଥପୁର ଡାକ୍ତରଖାନାରେ କରୋନା ଟିକା ନେବାପାଇଁ ଭିଡ ଜମୁଥିବା ବେଳେ ଏପଟେ ୩ଜଣ କର୍ମଚାରୀଙ୍କୁ ପଜିଟିଭ ବାହାରିଛି।  ବର୍ତ୍ତମାନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇନାହିଁ।
ଚନ୍ଦନପୁରରେ ଜଣକୁ ପଜିଟିଭ ବାହାରିବା ପରେ ଲାଞ୍ଜିଗଡ ତହସିଲଦାର ଚନ୍ଦନପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ହେଲେ ବିଶ୍ୱନାଥପୁର ଡାକ୍ତରଖାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇନଥିବାରୁ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି , ବିଶ୍ୱନାଥପୁର ଡାକ୍ତରଖାନାରେ ପ୍ରତିଦିନ କରୋନା ଟିକା ଦିଆଯାଉଛି ସେଥିପାଇଁ ସ୍ଥାନ ପରିବର୍ତ୍ତନ କରିହେବ ନାହିଁ । ଡାକ୍ତରଖାନାକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯାଇଛି ବୋଲି ପ୍ରକାଶ କରିଥିବା ବେଳେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ କରୋନା ପରିକ୍ଷା କରାଯାଇଛି, ସେଥିପାଇଁ କୈାଣସି ଜନସାଧାରଣ ଭୟ କରିବାର ନାହିଁ ବୋଲି ବିଶ୍ୱାନାଥପୁର ଚିକିତ୍ସାଧିକାରୀ ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories