www.samajalive.in
Friday, December 12, 2025
19.1 C
Bhubaneswar

ହତ୍ୟା ଅଭିଯୋଗରେ ନିଶା ନିବାରଣ କେନ୍ଦ୍ରର ୫ ଅନ୍ତେବାସୀ ଗିରଫ

ପିପିଲି :ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳରେ ଥିବା ଦିଶା ଫାଉଣ୍ଡେସନ ନାମକ ଏକ ନିଶା ନିବାରଣ କେନ୍ଦ୍ର ଓ ମେଣ୍ଟାଲ ରିହାବିଲେସନ ସେଣ୍ଟରରେ ଜଣେ ଅନ୍ତେବାସୀ ଗୌତମ ମଲିକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ପିପିଲି ପୁଲିସରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୫ଜଣ ଅନ୍ତେବାସୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାଇ, ବରଗଡ ଜିଲାର ଗୋଲକ ବିହାରୀ ମଲିକ ନିଜ ପୁଅ ଗୌତମ(୨୪)ଙ୍କୁ ୫ମାସ ତଳେ କୌଶଲ୍ୟାଗଙ୍ଗ ଅଞ୍ଚଳରେ ଥିବା ଦିଶା ଫାଉଣ୍ଡେସନରେ ଭର୍ତ୍ତି କରିଥିଲେ। ସେ ଫୋନ୍‍ ଯୋଗେ ନିଜ ପୁଅ ସହ କଥା ହୁଅନ୍ତି। ତେବେ ଗତ ୧ ତାରିଖରେ ସେ ପୁଅ ସହ କଥା ହେବାକୁ ଦିଶା ଫାଉଣ୍ଡେସନକୁ ଫୋନ୍‍ କରିଥିଲେ। ମାତ୍ର ପୁଅ ସହ କଥା ହେବାକୁ ତାଙ୍କୁ ସୁଯୋଗ ଦିଆଯାଇନଥିଲା। ୨ ତାରିଖ ରାତି ସାଢେ୯ଟା ସମୟରେ ପୁଅର ଛାତିରେ ଯନ୍ତ୍ରଣା ହେଉଥିବା ଓ ତାକୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ନିଆଯାଇଥିବା ସଂପର୍କରେ ଉକ୍ତ ଅନୁଷ୍ଠାନ ଠାରୁ ଫୋନ୍‍ରେ ସୂଚନା ପାଇ ଗୋଲକ ବସ୍‍ ଯୋଗେ ଭୁବନେଶ୍ୱର ବାହାରିଥିଲେ। ପୁନର୍ବାର ୯ଟା ୪୭ମିନିଟରେ ପୁଅ ମୃତ୍ୟୁବରଣ କରିଥିବା ସଂପର୍କରେ ତାଙ୍କୁ ସୂଚନା ଦିଆଯାଇଥିଲା। ୩ ତାରିଖରେ କ୍ୟାପିଟାଲ ହସ୍‍ପିଟାଲ୍‍ରେ ପହଞ୍ଚି ସେ ପୁଅର ମୃତଦେହକୁ ଦେଖିଥିଲେ। ପୁଅର ଦୁଇହାତ ଓ ଦୁଇ ଗୋଡରେ ରସିଦାଗ ଥିବା ପରିଲକ୍ଷିତ ହୋଇଥିବା ବେଳେ ତାକୁୁ ହତ୍ୟା କରାଯାଇଥିବା ନେଇ ସେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମୃତଦେହକୁ ପଞ୍ଚାନାମା କରିବା ସହ କ୍ୟାପିଟାଲ ହସ୍‍ପିଟାଲ୍‍ରେ ବ୍ୟବଚ୍ଛେଦ କରାଇଥିଲା। ଏନେଇ ପିପିଲି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଏହି ଘଟଣାରେ ଉକ୍ତ ଅନୁଷ୍ଠାନର ୫ଜଣ ଅନ୍ତେବାସୀଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ୱଜିତ ପ୍ରଧାନ (୨୮), ସୁକାନ୍ତ ସାହୁ(୨୫), ହରିବୋଲ ମହାପାତ୍ର(୨୪), ଶ୍ରୀକୃଷ୍ଣ ଜେନା (୨୪), ରାଜୀବ ବିଶୋଇ(୨୨)। ଉକ୍ତ ଅନୁଷ୍ଠାନର ସିସିଟିଭି ଫୁଟେଜ୍‍କୁ ଜବତ କରାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ସଂପର୍କରେ ଆଇଆଇସି ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories