www.samajalive.in
Thursday, December 11, 2025
13.1 C
Bhubaneswar

କେହି ବି ଧୋନିଙ୍କ ପରି ହୋଇପାରିବେ ନାହିଁ : ସାମ୍‌ସନ

ମୁମ୍ବଇ  : ଆଇପିଏଲ୍‌ ​ଖେଳିବା ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନ ରୟାଲ୍‌ସର ଅଧିନାୟକ ସଞ୍ଜୁ ସାମ୍‌ସନଙ୍କୁ କ୍ରିକେଟ୍‌ ବିଶେଷଜ୍ଞ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରିଛନ୍ତି। ହେଲେ ସାମ୍‌ସନ ଅତ୍ୟନ୍ତ ନମ୍ରତାର ସହ କହିଛନ୍ତି ଯେ ଧୋନି ଅନନ୍ୟ ଏବଂ କେହି ବି ଧୋନିଙ୍କ ପରି ହୋଇପାରିବେ ନାହିଁ। ଚଳିତବର୍ଷର ରାଜସ୍ଥାନ ରୟାଲ୍‌ସ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଛାଡ଼ି ଦେଇଥିଲା। ସାମ୍‌ସନ ଚଳିତ ସିଜିନ୍‌ରେ ରାଜସ୍ଥାନର ନେତୃତ୍ବ ନେବାକୁ ଯାଉଛନ୍ତି।
କେରଳର ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ସଞ୍ଜୁ ସାମ୍‌ସନ କହିଛନ୍ତି, ମୁଁ ଭାବିପାରୁନି ଯେ କେହି ମହେନ୍ଦ୍ର ସିଂହ ଧୋନିଙ୍କ ପରି ହୋଇପାରିବେ। ମୁଁ ମୋ ପରି ହେବାକୁ ଚାହେଁ। ସଞ୍ଜୁ ସାମ୍‌ସନ ମଧ୍ୟ ଜଣେ ଭଲ କ୍ରିକେଟର। ଗତବର୍ଷ ଆଇପିଏଲ୍‌ ଏପରି ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଥିଲା ଯେ ୩ୟ ଓ ୪ର୍ଥ ସ୍ଥାନରେ ଥିବା ଦଳଠାରୁ ମାତ୍ର ୨ ପଏଣ୍ଟ କମ୍ ପାଇଥିବା ରାଜସ୍ଥାନ ରୟାଲ୍‌ସ ଅନ୍ତିମ ସ୍ଥାନରେ ରହିଥିଲା। ହେଲେ ଚଳିତବର୍ଷ ରାଜସ୍ଥାନ ରୟାଲ୍‌ସ ଭଲ ପ୍ରଦର୍ଶନ କରିବ ବୋଲି ସାମ୍‌ସନ ଆଶାବାଦୀ ଅଛନ୍ତି। ଦଳର ଅଭିଯାନରେ ରାଜସ୍ଥାନର ଖେଳାଳିଙ୍କୁ ସମର୍ଥନ ଜାରି ରଖିବାକୁ ସାମ୍‌ସନ୍ ଦଳର ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ୨୦୨୧ ଆଇପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳି (୧୬.୨୫ କୋଟି ଟଙ୍କା) ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର କ୍ରିସ୍ ମରିସ୍‌ଙ୍କୁ ରାଜସ୍ଥାନ ଏଥର ଦଳରେ ସାମିଲ କରିଛି। ପୁଣି ଦଳ ବାଂଲାଦେଶର ବାମହାତି ପେସ୍ ବୋଲର ମୁସ୍ତାଫିଜୁର ରେହ୍‌ମାନଙ୍କୁ ମଧ୍ୟ କିଣିଛି। ଏହି ଦୁଇ ଖେଳାଳି ଦଳକୁ ମଜ୍‌ଭୁତ କରିଛନ୍ତି ବୋଲି ସାମ୍‌ସନ କହିଛନ୍ତି। ଏପ୍ରିଲ ୧୨ରେ ମୁମ୍ବଇରେ ପଞ୍ଜାବ କିଙ୍ଗ୍‌ସ ଦଳ ବିପକ୍ଷରେ ରାଜସ୍ଥାନ ପ୍ରଥମ ମ୍ୟାଚ୍‌ ଖେଳିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories