www.samajalive.in
Wednesday, December 10, 2025
26.1 C
Bhubaneswar

୪ ରାଜ୍ୟ ଓ ପୁଡୁଚେରୀରେ ନିର୍ବାଚନ ପ୍ରଚାର ଜୋରଦାର

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି। ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର କଲାବେଳେ ବିରୋଧୀ ଦଳ କଂଗ୍ରେସ ଓ ଡି.ଏମ୍‍.କେ.ର ତୀବ୍ର ସମାଲୋଚନା କରିଛନ୍ତି। ଏମାନେ ତାମିଲ ସଂସ୍କୃତି ବିରୋଧୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମଦୁରାଇଠାରେ ଏନ୍‍.ଡି.ଏ. ଅଂଶିଦାର ଦଳଗୁଡ଼ିକର ଏକ ନିର୍ବାଚନୀ ସଭାରେ ଶ୍ରୀ ମୋଦୀ କହିଛନ୍ତି, ଜାଲିକାଟୁ ପ୍ରସଙ୍ଗ ଏବଂ ଦେବେନ୍ଦ୍ର କୁଲୁ ଭେଲାର ପ୍ରସଙ୍ଗର ପୁନଃ ଶ୍ରେଣୀଭୁକ୍ତ କରିବା ବିଷୟ ଉପରେ ଡି.ଏମ୍‍.କେ. ଓ କଂଗ୍ରେସ କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି ବରଂ ଏଗୁଡ଼ିକୁ ସେମାନେ ବିରୋଧ କରିଛନ୍ତି। କନ୍ୟାକୁମାରୀ ଲୋକସଭା ଉପନିର୍ବାଚନ ପାଇଁ ପ୍ରଚାର କଲାବେଳେ ଶ୍ରୀ ମୋଦୀ ରାଜ୍ୟରେ ଏ.ଆଇ.ଏ.ଡି.ଏମ୍‍.କେ. ଓ କେନ୍ଦ୍ରରେ ବିଜେପି ସରକାରଙ୍କ ସଫଳତା ଗୁଡ଼ିକ ବିଷୟରେ କହିଛନ୍ତି।

ଡି.ଏମ୍‍.କେ. ନେତା ଏମ୍‍.କେ. ଷ୍ଟାଲିନ୍‍ ଆରାଭାକୁରୁଚିଠାରେ ଏକ ନିର୍ବାଚନୀ ସଭାରେ କହିଛନ୍ତି, ସେ କିମ୍ବା ତାଙ୍କ ପାର୍ଟିର କର୍ମୀମାନେ ଆୟକର ବିଭାଗର ଚଢ଼ଉକୁ ଡରି ନାହାନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ବିରୋଧୀ ଦଳଗୁଡ଼ିକୁ ହଇରାଣ ହରକତ କରୁଥିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ତେଣେ ନିର୍ବାଚନ ପ୍ରଚାର କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚେନ୍ନାଇରେ ଯାଇ ପହଞ୍ଚିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି କେ.ଏସ୍‍. ଆଲାଗିରି ମଧ୍ୟ ବିଜେପି ସରକାରଙ୍କ ଦ୍ୱାରା ଆୟକର ଚଢ଼ାଉକୁ ଘୋର ନିନ୍ଦା କରିଛନ୍ତି।

- Advertisement -

ଆଜି ଏମ୍‍.କେ. ଷ୍ଟାଲିନ୍‍ଙ୍କ କନ୍ୟାଙ୍କ ଘର ସମେତ ଅନେକ ଡି.ଏମ୍‍.କେ. ନେତାଙ୍କ ଘର ଉପରେ ଆଜି ସକାଳେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଉପସ୍ଥିତି ଥିବାକଥା ସେ ଜଣାଇଛନ୍ତି।

କେରଳରେ ଆସନ୍ତା ରବିବାର ଦିନ ନିର୍ବାଚନ ପ୍ରଚାର ସରିଯିବ। ତିନୋଟିଯାକ ମୁଖ୍ୟ ସାମୁଖ୍ୟର ଟାଣୁଆ ଓ ଜାତୀୟ ସ୍ତରୀୟ ନେତାମାନେ ଜୋରସୋରରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳରେ ପହଞ୍ଚି ପ୍ରଚାର କରୁଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆସନ୍ତାକାଲି କେରଳରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ସି.ପି.ଏମ୍‍.ର ବରିଷ୍ଠ ନେତା ପ୍ରକାଶ କରାତ୍‍ ଓ ବ୍ରିନ୍ଦା କରାତ୍‍ ଏଲ୍‍.ଡି.ଏଫ୍‍. ପାଇଁ ପ୍ରଚାର ଚଳାଇଛନ୍ତି। ଭୋଟ ଗ୍ରହଣ ପାଇଁ ଆଉ ୪ ଦିନ ବାକି ରହିଲା।

ପଶ୍ଚିମବଙ୍ଗରେ ମଧ୍ୟର ପ୍ରଚାର କାର୍ଯ୍ୟ ଅତି ସରଗରମ ହୋଇଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ରାଜ୍ୟରେ ବିଜେପି ଓ ତୃଣମୂଳର ଟାଣୁଆ ନେତାମାନେ ଉତ୍ତରବଙ୍ଗରେ ଜୋରସୋରରେ ପ୍ରଚାର ଚଳାଇଥିବାର ଖବର ମିଳିଛି। ଆସାମରେ ମଧ୍ୟ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ତୃତୀୟ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଆସାନ୍ତା ୬ ତାରିଖ ଦିନ ଭୋଟ ନିଆଯିବ। ବିଜେପିର ଜେ.ପି. ନଡ୍ଡା ଓ ରାଜ୍ୟ ବିଜେପି ସଭାପତି ରଞ୍ଜିତ କୁମାର ଦାସ ବୁଲି ବୁଲି ପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ନେଡା ଆବାହକ ହିମନ୍ତ ବିଶ୍ୱଶର୍ମା ଆଦି ପ୍ରମୁଖ ନେତାମାନେ ଜୋରସୋରରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories