www.samajalive.in
Wednesday, December 10, 2025
18.1 C
Bhubaneswar

କଲମପୁରରେ କୋଭିଡ ଟିକାକରଣ, ପାଳନ ହେଉନି କରୋନା କଟକଣା

କଲମପୁର: ସରକାରଙ୍କ ନିଷ୍ପତି ଅନୁସାରେ ଗୁରୁବାର ଠାରୁ ୪୫ରୁ ୫୯ ବର୍ଷ ବୟସ୍କ ସମସ୍ତଙ୍କୁ ଦିଆଯାଉଛି କୋଭିଡ ଟିକା। କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବନ୍ଧକନା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମଚାରୀ ନିୟୋଜିତ ହେଇ ଲୋକଙ୍କୁ ଟିକା ଦେଉଛନ୍ତି। ଜିଲା ପ୍ରଶାସନର ନିଷ୍ପତି ଅନୁସାରେ କଲମପୁର ବ୍ଲକରୁ ଦୈନିକ ୫ଶହରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାରି ଫଳରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକାରଣ୍ୟ ଦେଖିବାକୁ ମିଳୁଛି।

ଭାଲୁବୁଟ୍ରା, କୋଟାଗାଁ, ବିଜମରା, ପାଣିଗାଁ ଆଦି ଗ୍ରାମଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତ୍ୱ ୧୫ କିଲୋମିଟର। ଏତେ ଦୂର ଦୁରାନ୍ତରୁ ଲୋକେ ଆସି ଲୋକେ ଟିକା ନେବା ପାଇଁ ହଇରାଣ ହରକତ ହେଉଛନ୍ତି। କୋଭିଡ ଟିକା ନେବା ପାଇଁ ଆସିଥିବା ହିତାଧିକାରୀ ଙ୍କ ମଧ୍ୟରେ କୋଭିଡ କଟକଣା ମନୁନଥିବା ଦେଖାଯାଉଛି। ଏପରିକି ଅନେକେ ମାକ୍ସ ମଧ୍ୟ ବ୍ୟବହାର କରୁନଥିବା ବେଳେ ସାମାଜିକ ଦୂରତ୍ୱ ମାନୁନଥିବାରୁ କରୋନା ବ୍ୟାପିବାର ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ।

ଅନ୍ୟପାଖରେ ଗତ ଦୁଇ ଦିନ ତଳେ କଲମପୁର ଅଂଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ପୁଣି ଆଜି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ଦୁଇଦିନ ତଳେ ଚିହ୍ନଟ ହେଇଥିବା ବ୍ୟକ୍ତି ଜଣକ ବୃତ୍ତିରେ ଶିକ୍ଷକ ହେଇଥିବା ବେଳେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଛାତ୍ରୀ ଅଟନ୍ତି। ସେ ଗତ ୨୬ ତାରିଖ ଦିନ ଘରକୁ ଆସି ସଂରୋଧରେ ରହୁଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରକାଶ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories