www.samajalive.in
Wednesday, December 10, 2025
18.1 C
Bhubaneswar

ଆଦିବାସୀଙ୍କ ବଜ୍ର ଶପଥ, ଆମ ଖଣ୍ଡୁଆଳମାଲି ବଂଚିଥାଉ

କଲମପୁର: ଏବେ କଳାହାଣ୍ଡିର ପ୍ରମୁଖ ମାଳି ଖଣ୍ଡୁଆଳ ମାଲି। ଏହି ମାଳିର ପ୍ରତ୍ୟେକ ମାଟିରେ ଭରି ରହିଛି ବକ୍ସାଇଟ। ଏହି ବକ୍ସାଇଟ ଭରା ମାଟିକୁ ହାତେଇବା ପାଇଁ ବିଭିନ୍ନ ବହୁରାଷ୍ଟ୍ରିୟ କମ୍ପାନିର ଲୋଲୁପ ଦୃଷ୍ଟି ରହିଛି। କିନ୍ତୁ ଏହି ମାଳି ଆଦିବାସୀଙ୍କ ଜୀବନ ଆଉ ଜିବୀକା। ଏହି ମାଟି ସେମାନଙ୍କ ମାଁ। ଜଳ ଜମି ଓ ଜଙ୍ଗଲ ହେଉଛି ସେମାନଙ୍କ ଅଧିକାର। ଏହି ଅଧିକାରକୁ ସେମାନେ ଛାଡିବେ ନାହିଁ। ଶହେ ଆଦିବାସୀ ଙ୍କ ଜୀବନ ପଛେ ଚାଲିଯାଉ କିନ୍ତୁ ସେମାନେ ସେମାନଙ୍କ ଭିଟାମାଟି, ସେମାନଙ୍କ ମାଁ, ସେମାନଙ୍କ ଜୀବନ ଜିବୀକା ଖଣ୍ଡୁଆଳ ମାଲିକୁ କୌଣସି ପରିସ୍ଥିତରେ ଛାଡିବେ ନାହିଁ ବୋଲି ବହୁ ରାଷ୍ଟ୍ରିୟ କମ୍ପାନିକୁ ଚେତାବନୀ ଦେବା ସହ ଆରାଧ୍ୟ ଖଣ୍ଡୁଆଳ ଦେବ ପରବ ଅବସରରେ ଖଣ୍ଡୁଆଲ ଦେବ ଓ ମାଁ ଡୋକରୀ ଦେବୀଙ୍କ ସାକ୍ଷୀ ରଖି ବଜ୍ର ଶପଥ ନେଇଛନ୍ତି।

ଖଣ୍ଡୁଆଳ ମାଲି ପାହାଡରେ ଆୟୋଜିତ ଖଣ୍ଡୁାଳ ଦେବଙ୍କ ବାର୍ଷିକ ପରବ ପାଳନ ନେଇ ଚର୍ଚ୍ଚା ଏବେ ଲାଗି ରହିଛି। କଳାହାଣ୍ଡି ଜିଲାର ସଦର ବ୍ଲକ, ଲାଞ୍ଜିଗଡ ଓ ଥୁଆମୁଳ ରାମପୁର ବ୍ଲକ ଆଦି ତିନ ଗୋଟି ବ୍ଲକ ଅଂଚଳକୁ ମାଳି ଘେରି ରହିଛି। ହଜାର ହଜାର ଆଦିବାସୀଙ୍କ ଜୀବନ ଜିବୀକାର ମାଧ୍ୟମ ପାଲଟିଛି ଏହି ମାଳି। କୁଟିଆ, ଝରଣୀଆ କନ୍ଧ ସମ୍ପ୍ରଦାୟର ଲୋକଙ୍କ ବସତି ହେଉଛି ଏହି ମାଲି। ସେମାନଙ୍କ ଆରାଧ୍ୟ ଦେବତା ଖଣ୍ଡୁଆଲ ଦେବଙ୍କ ଆଦି ବାସସ୍ଥାନ ହେଉଛି ଏହି ଖଣ୍ଡୁଆଲ ମାଲି। ତେଣୁ ଖଣ୍ଡୁଆଲ ଦେବତାଙ୍କ ନାମାନୁସାରେ ମାଲିର ନାମକରଣ କରାଯାଇଥିବା ଅଂଚଳର ପୁରୁଖା ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଖଣି ଖନନ ପ୍ରତି କୋହଳ ମନୋଭାବ ଗ୍ରହଣ କରୁଥିବା ବେଳେ ଖଣ୍ଡୁଆଳ ମାଲି ଖଣି ଖନନକୁ ତୀବ୍ର ବିରୋଧ କରିଛନ୍ତି ଅଂଚଳର ଆଦିବାସୀ। ଆଦିବାସୀ ଓ ଲୁପ୍ତ ପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜିବୀକା କୁ ବିପନ୍ନ କରାଯିବାର ପ୍ରୟାସକୁ ଆଦିବାସୀ ବିରୋଧ କରିଛନ୍ତି।

- Advertisement -

ଖଣ୍ଡୁଆଲ ଦେବଙ୍କ ବାର୍ଷିକ ପର୍ବ ପାଳନ ଅବସରରେ ଏକ ଶୁଭ ଖଣ୍ୱ ସ୍ଥାପନ ପରେ ପୂଜା ଅର୍ଚ୍ଚନା କାର୍ଯ୍ୟ ଆରମ୍ଭ ରାଯାଇଥିଲା। ଏଥିରେ ମହିଳାଙ୍କ ଶରୀରରେ ଖଣ୍ଡୁଆଲ ଦେବତା ସବାର ହେଇଥିଲେ। ତାଙ୍କ ହୁକୁମ ଅନୁସାରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଇଥିଲା। ଏହି ପରବ ସ୍ଥଳରେ ଆଦିବାସୀଙ୍କ ସମେତ ଅଂଚଳର ବହୁ ସାଧାରଣ ଲୋକ, ବହୁ ପରିବେଶବିଦ୍‍ ଙ୍କ ସମାଗମ ହେଇଥିଲା। ନିଜ ମାଁ ମାଟି ର ସୁରକ୍ଷା ପାଇଁ ଅଂଚଳର ହଜାର ହଜାର ମହିଳା ଓ ପୁରୁଷ ପର୍ବତ ଶିଖରରେ ଏକତ୍ରିତ ହେବା ଦେଖିବାକୁ ମିଳିଥିଲା। ଖଣ୍ଡୁଆଲ ମାଳି ସୁରକ୍ଷା ସମିତିର ଆହ୍ୱାନରେ ଆୟୋଜିତ ଏହି ପର୍ବରେ ସଭାପତି କାର୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର, କୁଞ୍ଜ ମାଝୀ, ମାଧବ ବେନିଆ, ଲୋକନାଥ ମାଝୀ, ହୃଷିକେଶ ମାଝୀ, ଜଗଦିଶ ବେନିଆଁ, ଗୌରାଙ୍ଗ ନାଏକ, ସାନ ମାଝୀ, ଟିପୁ ମାଝୀ, ଘାସି ରାମ ମାଝୀ, ବନ ମାଝୀଙ୍କ ସମେତ ନିୟମଗିରୀ ସୁରକ୍ଷା ସମିତି, ଆଦିବାସୀ ଲାଇଫହୁଡ କଲଚର ସଂସ୍ଥା, ମାଳି ସଂଗଠନ କୋରାପୁଟ, ଜିଲ୍ଲା ଯୁବ କନ୍ଧ ସମାଜ ବଲାଙ୍ଗିର ସମେତ ବହୁ ଆଦିବାସୀ ନେତା ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories