www.samajalive.in
Wednesday, December 10, 2025
16.1 C
Bhubaneswar

ଏହି ସହରରେ ରହିଛି ପାନ ଏଟିଏମ ; ପାନ ପ୍ରେମୀଙ୍କୁ ଏଣିକି ମିଳିବ ୨୪ ଘଣ୍ଟା ପାନ

ଅଧିକାଂଶ ଲୋକଙ୍କର ପାନ ଖାଇବା ଏକ ପ୍ରକାର ସଉକ। ଖାଇବା ସହ ପାନକୁ ବିିଭିନ୍ନ ଉପାୟରେ ମଧ୍ୟ ବ୍ୟବହାର କରାଯାଇଥାଏ।ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପାନକୁ ବ୍ୟବହାର କରାଯାଇଥାଏ। ଏହାସହ ଅନେକ ଲୋକେ ଖାଦ୍ୟ ଖାଇବା ପରେ ପାନ ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି। ତେବେ ଯେଉଁମାନଙ୍କୁ ପାନ ଖାଇବା ପସନ୍ଦ ସେମାନଙ୍କ ପାଇଁ ଏବେ ଖୁସି ଖବର। ମାତ୍ର ବଜାରରେ ସେ ପର୍ଯ୍ୟନ୍ତ ପାନ ମିଳିଥାଏ, ଯେଉଁ ପର୍ଯ୍ୟନ୍ତ ଦୋକାନ ଖୋଲା ରହିଥାଏ। ଆପଣ ଟଙ୍କା ପଇସା ନିମନ୍ତେ ଥିବା ଏଟିଏମ ବିଷୟରେ ତ ଶୁଣିଥିବେ। ପାନ ଏଟିଏମ ବିଷୟରେ ଜାଣିଛନ୍ତି କି? ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଏହି ସୁବିଧା ଏବେ ପୁଣେରେ ମିଳିପାରିବ।
କର୍ମମୟ ଜୀବନରେ ଅଧିକାଂଶ ସ୍ଥାନରେ ରାତିରେ ମଧ୍ୟ କର୍ମଚାରୀ କାମ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ପାନ ଖାଇବା ପସନ୍ଦ ସେମାନଙ୍କୁ ଏଣିକି ସମସ୍ତ ସମୟରେ ପାନ ମିଳିପାରିବ।
ପୁଣେର ଏକ ସ୍ୱତନ୍ତ୍ର ସ୍ଥାନରେ ଏହି ମେସିନ ଉପଲବ୍ଧ। ଏହାର ମାଲିକଙ୍କ ମତାନୁଯାୟୀ, ଏହି ମେସିନରେ ମନ ପସନ୍ଦ ପାନ ପାଇବା ପାଇଁ ମେସିନ ଉପରେ ଥିବା ବାରକୋଡ୍‍ କୁ ସ୍କାନ୍‍ କରିବାକୁ ପଡିବ। ଏହାପରେ ସେଠାରେ ଆପଣଙ୍କୁ ଫୋନରେ ଉପଲବ୍ଧ ବିିଭିନ୍ନ ପ୍ରକାର ପାନର ତାଲିକା ଆସିଯିବ। ଏଠାରେ ମେସିନରେ ବ୍ୟବସ୍ଥା ହୋଇଥିବା ସଠିକ ସ୍ଥାନରୁ ପାନ ଆସିଯିବ।
ଗତ ସପ୍ତାହପରେ ହିଁ ଏହି ପାନ ମେସିନକୁ ଲଗାଯାଇଛି। ଏହି ମେସିନରୁ ଗ୍ରାହକଙ୍କୁ ନିଜ ପସନ୍ଦ ଅନୁଯାୟୀ, ଚକୋଲେଟ୍‍ , ଆମ୍ବର, ଆଇସିକ୍ରିମର, ଡ୍ରାଏ ଫ୍ରୁଟ୍ସ, ମସଲା ଆଦି ବିଭିନ୍ନ ପ୍ରକାର (ଫ୍ଲେବର)ର ପାନ ପାଇ ପାରିବେ।
ମାତ୍ର ବର୍ତ୍ତମାନ ସମୟରେ ପୁଣେରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ରାତି ସମୟରେ ଏହି ମେସିନକୁ ବନ୍ଦ ରଖାଯାଇଛି। ପରିସ୍ଥିତିରେ ସୁଧାର ଆସିଲେ ପୁନଃ ଏହି ମେସିନରେ ୨୪ ଘଣ୍ଟା ପାନ ମିଳିବ।
ଏହି ପାନ ମେସିନରେ ସବୁଠାରୁ ଶସ୍ତା ୫ଟଙ୍କାର ପାନ ଠାରୁ ଆରମ୍ଭ କରି ସବୁଠାରୁ ମହଙ୍ଗା ୧୦୦୦ ଟଙ୍କାର ପାନ ଉପଲବ୍ଧ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories