www.samajalive.in
Thursday, December 11, 2025
23.1 C
Bhubaneswar

୨୦୪୧ ପୂର୍ବରୁ ଗଡିବନି କଟକ-ଭୁବନେଶ୍ୱର ମେଟ୍ରୋ ରେଳ – ମନ୍ତ୍ରୀ

କଟକ-ଭୁବନେଶ୍ୱର ମଧ୍ୟରେ ଏବେ ମେଟ୍ରୋ ରେଳ ସେବା ବ୍ୟବସ୍ଥା ନେଇ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ନ ଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇ ନଥିବାରୁ କୌଣସି ଅର୍ଥ କୌଣସି କମ୍ପାନୀକୁ ଦିଆଯାଇ ନାହିଁ।

ତେବେ ବିଧାୟକ ଶ୍ରୀ ରାଉତରାୟ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଜଣେ ଟାଣୁଆ ମନ୍ତ୍ରୀ ଓ ସେ ସତ କହିବେ ବୋଲି ବିଶ୍ୱାସ କରନ୍ତି କିନ୍ତୁ ମନ୍ତ୍ରୀ ବିଧାନସଭାରେ କଞ୍ଚା ମିଛ କହୁଛନ୍ତି। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି କିନ୍ତୁ ଟିକେ ବିଳମ୍ବରେ କରନ୍ତି। ସେ କହିଥିଲେ ୫ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମେଟ୍ରୋ ରେଳ ପାଇଁ ସର୍ଭେ ନିମନ୍ତେ ହାଇଦ୍ରାବାଦର ଏକ କମ୍ପାନୀକୁ ୨ କୋଟି ୬୫ ଲକ୍ଷ ଦିଆଯାଇଛି। ଏ ପର୍ଯ୍ୟନ୍ତ କାହିଁକି ପ୍ରୋଜେକ୍ଟ ରିପୋର୍ଟ ଆସିନାହିଁ, ଆଗାମୀ ବଜେଟରେ ଏଥିପାଇଁ ଅର୍ଥ ବରାଦ ହେବକି ଓ ଏ ନେଇ କାହିଁକି କେନ୍ଦ୍ର ସରକାରଙ୍କୁ ଲେଖାଯାଇ ନାହିଁ ବୋଲି ବିଧାୟକ ଶ୍ରୀ ରାଉତରାୟ ପଚାରିଥିଲେ।

- Advertisement -

ଶ୍ରୀ ରାଉତରାୟ କହିଥିଲେ ଯେ ମନ୍ତ୍ରୀ ଶ୍ରୀ ଜେନା ନଟର ପଟର ଲୋକ ନୁହନ୍ତି ତେଣୁ ସେ ସତ କହିବେ। ଏଥିରେ ମନ୍ତ୍ରୀ ଶ୍ରୀ ଜେନା ଉତ୍ତର ରଖି କହିଥିଲେ ଯେ ୨୦୧୩ ମସିହାରେ କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଲୋଚନା ହୋଇଥିଲା ଓ ଭାରତ ସରକାର ଏବଂ ଓଡିଶା ସରକାର ମିଳିତ ସର୍ଭେ କରାଇବା ପାଇଁ ଚାହିଁଥିଲେ। ସେଥିପାଇଁ ଭାରତ ସରକାର ଓଡିଶାକୁ ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିଲେ ଓ ପରେ ହାଇଦ୍ରାବାଦର ବାଲାଜୀ ରେଲ ରୋଡ଼ ସିଷ୍ଟମ ଲିମିଟେଡ଼କୁ ସର୍ଭେ ପାଇଁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ରେଳ ପାଇଁ ଫିଜିବିଲିଟି ଆସିଲା ନାହିଁ ଓ ପରେ ଏହାକୁ ଜଟଣୀ ପର୍ଯ୍ୟନ୍ତ ବୃଦ୍ଧି କରି ରିପୋର୍ଟ ଦେବା ପାଇଁ କୁହାଯାଇଥିଲା। ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ସର୍ଭେ କମ୍ପାନୀକୁ ୫୨ ଲକ୍ଷ ଟଙ୍କା ଦିଆଯାଇଛି। କମ୍ପାନୀ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ୨୦୪୧ ଯାଏଁ କଟକ-ଭୁବନେଶ୍ୱର କିମ୍ବା କଟକ-ଖୋର୍ଦ୍ଧା ମଧ୍ୟରେ ମେଟ୍ରୋ ରେଳ ଚଳାଇବା ପାଇଁ ଫିଜିବିଲିଟି ନାହିଁ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories