www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ବତନ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ; କହିଲେ- ‘ରାହୁଲ କେବଳ ମହିଳା କଲେଜକୁ ଯାଆନ୍ତି’

ଥିରୁଭାନନ୍ତପୂରମ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜାରି ରହିଛି। ଏହା ମଧ୍ୟରେ ବିଭିନ୍ନ ଦଳର ନେତାମାନେ ପରସ୍ପର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ତେବେ​‌ କେରଳରେ ଜଣେ ପୂର୍ବତନ ସାଂସଦ ଜୟସ ଜର୍ଜ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ରାହୁଲ ଗାନ୍ଧୀ କେବଳ ମହିଳାମାନଙ୍କ କଲେଜକୁ ଯାଆନ୍ତି ବୋଲି ପୂର୍ବତନ ସାଂସଦ ଜୟସ ଜର୍ଜ ଏକ ନିର୍ବାଚନୀ ରାଲିରେ କହିଛନ୍ତି।

କେରଳର ଇଡ୍ଡୁକୀ ଜିଲାରେ ମନ୍ତ୍ରୀ ଏମ.ଏମ. ମଣିଙ୍କ ପାଇଁ ଏକ ରାଲିରେ ଜୟସ ଜର୍ଜ ପ୍ରଚାର କରୁତିଲେ। ଏହି ସମୟରେ ସେ ୱାୟନାଡର ସାଂସଦ ରାହୁଲ ଗାନ୍ଧୀ କିପରି ନିର୍ବାଚନୀ ପ୍ରଚାର କରନ୍ତି ତାହାକୁ ଉଲ୍ଲେଖ କରି କହିଥିଲେ, ରାହୁଲ କେବଳ ଝିଅମାନଙ୍କ କଲେଜକୁ ଯିବେ। ସେଠାରେ ସେ ଝିଅମାନଙ୍କୁ ବିଭିନ୍ନ ପ୍ରକାର ଶାରିରୀକ ଅଙ୍ଗଭଙ୍ଗୀ ଶିଖାଇବେ। ମୁଁ ପିଲାମାନଙ୍କୁ କହୁଛି, ସେମାନେ ଏପରି କରନ୍ତୁ ନାହିଁ, ରାହୁଲଙ୍କ ସାମ୍ନାରେ ସିଧା ଛିଡ଼ା ହୁଅନ୍ତୁ।

- Advertisement -

ଜର୍ଜ ଆହୁରି କହିଥିଲେ, ରାହୁଲ ବିବାହିତ ନୁହନ୍ତି, ସେଥିଲାଗି ସେ ଏଭଳି କାର୍ଯ୍ୟକ୍ରମକୁ ଯାଆନ୍ତି। ତେବେ ଜର୍ଜ ଏଭଳି ବିବାଦୀୟ ମନ୍ତବ୍ୟ ଦେଉଥିବାବେଳେ ମନ୍ତ୍ରୀ ଏମ.ଏମ. ମଣି ସଭାରେ କରତାଳି ଦେଉଥିଲେ। ଅନ୍ୟପଟେ ଜର୍ଜଙ୍କ ଏପରି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories