www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବତନ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ; କହିଲେ- ‘ରାହୁଲ କେବଳ ମହିଳା କଲେଜକୁ ଯାଆନ୍ତି’

ଥିରୁଭାନନ୍ତପୂରମ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜାରି ରହିଛି। ଏହା ମଧ୍ୟରେ ବିଭିନ୍ନ ଦଳର ନେତାମାନେ ପରସ୍ପର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ତେବେ​‌ କେରଳରେ ଜଣେ ପୂର୍ବତନ ସାଂସଦ ଜୟସ ଜର୍ଜ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ରାହୁଲ ଗାନ୍ଧୀ କେବଳ ମହିଳାମାନଙ୍କ କଲେଜକୁ ଯାଆନ୍ତି ବୋଲି ପୂର୍ବତନ ସାଂସଦ ଜୟସ ଜର୍ଜ ଏକ ନିର୍ବାଚନୀ ରାଲିରେ କହିଛନ୍ତି।

କେରଳର ଇଡ୍ଡୁକୀ ଜିଲାରେ ମନ୍ତ୍ରୀ ଏମ.ଏମ. ମଣିଙ୍କ ପାଇଁ ଏକ ରାଲିରେ ଜୟସ ଜର୍ଜ ପ୍ରଚାର କରୁତିଲେ। ଏହି ସମୟରେ ସେ ୱାୟନାଡର ସାଂସଦ ରାହୁଲ ଗାନ୍ଧୀ କିପରି ନିର୍ବାଚନୀ ପ୍ରଚାର କରନ୍ତି ତାହାକୁ ଉଲ୍ଲେଖ କରି କହିଥିଲେ, ରାହୁଲ କେବଳ ଝିଅମାନଙ୍କ କଲେଜକୁ ଯିବେ। ସେଠାରେ ସେ ଝିଅମାନଙ୍କୁ ବିଭିନ୍ନ ପ୍ରକାର ଶାରିରୀକ ଅଙ୍ଗଭଙ୍ଗୀ ଶିଖାଇବେ। ମୁଁ ପିଲାମାନଙ୍କୁ କହୁଛି, ସେମାନେ ଏପରି କରନ୍ତୁ ନାହିଁ, ରାହୁଲଙ୍କ ସାମ୍ନାରେ ସିଧା ଛିଡ଼ା ହୁଅନ୍ତୁ।

- Advertisement -

ଜର୍ଜ ଆହୁରି କହିଥିଲେ, ରାହୁଲ ବିବାହିତ ନୁହନ୍ତି, ସେଥିଲାଗି ସେ ଏଭଳି କାର୍ଯ୍ୟକ୍ରମକୁ ଯାଆନ୍ତି। ତେବେ ଜର୍ଜ ଏଭଳି ବିବାଦୀୟ ମନ୍ତବ୍ୟ ଦେଉଥିବାବେଳେ ମନ୍ତ୍ରୀ ଏମ.ଏମ. ମଣି ସଭାରେ କରତାଳି ଦେଉଥିଲେ। ଅନ୍ୟପଟେ ଜର୍ଜଙ୍କ ଏପରି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories