www.samajalive.in
Tuesday, December 9, 2025
17.1 C
Bhubaneswar

ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍‍ଜାନ୍‍ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଅମୃତସର: ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍‍ଜାନ୍‍ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ଅମୃତସରର ଜଣ୍ଡିଆଲା ଗୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ୩୧ ବର୍ଷିୟ ଦିଲଜାନ୍‍ ସୋମବାର ରାତି ପ୍ରାୟ ୨ଟା ସମୟରେ ଅମୃତସରରୁ କରତାରପୁର ଯାଉଥିଲେ। ଜଣ୍ଡିଆଲା ଗୁରୁ ନିକଟରେ ତାଙ୍କ କାର୍‍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦିଲ୍‍ଜାନ୍‍ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଅକାଳ ବିୟୋଗରେ ପଞ୍ଜାବୀ ମ୍ୟୁଜିକ୍‍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।

- Advertisement -

ସୂଚନାଯୋଗ୍ୟ, ଏକ ରିୟାଲିଟି ଶୋ’ରୁ ଦିଲଜାନ୍‍ ନିଜ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ନୂଆ ଗୀତ ତେରେ ବରଗେ ଖୁବଶୀଘ୍ର ରିଲିଜ୍‍ ହେବାର ଥିଲା। ପଞ୍ଜାବୀ କଣ୍ଠଶିଳ୍ପୀ ସୁଖଶିନ୍ଦର ଶିନ୍ଦା ସାମାଜିକ ଗଣମାଧ୍ୟମରେ ଦିଲ୍‍ଜାନଙ୍କ ଏକ ଫଟୋ ଶେୟାର କରିବା ସହ ତାଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।


ପଞ୍ଜାବୀ ଗାୟିକା କୌର ବି ମଧ୍ୟ ଦିଲଜାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories