Patra electronics

କଂଗ୍ରେସରେ ଯୋଗଦେଲେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ମହେଶ ପ୍ରସାଦ

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ମହେଶ ପ୍ରସାଦ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଛାତ୍ରନେତା ମହେଶ ପ୍ରସାଦ ପିଲାଟି ଦିନରୁ ଛାତ୍ରଛାତ୍ରୀଙ୍କ ସମସ୍ୟା ପାଇଁ ଲଢେଇ କରିଆସୁଛନ୍ତି। ସବୁବେଳେ ଛାତ୍ରଛାତ୍ରୀଙ୍କ ସୁଖଦୁଖରେ ଠିଆ ହେଉଥିବା ମହେଶ ଆଗାମୀ ଦିନରେ ସେମାନଙ୍କ ସମସ୍ୟା ସମାଧାନ ଏବଂ ନ୍ୟାୟ ପ୍ରଦାନ ପାଇଁ ବଳିଷ୍ଠ ନେତୃତ୍ବ ନେବେ ବୋଲି ସଂକଳ୍ପ ନେଇଛନ୍ତି।

ଆଜି ମହେଶ ପ୍ରାସାଦ ବିରାଟ ବାଇକ ଶୋଭାଯାତ୍ରାରେ ଶତାଧିକ ଛାତ୍ର ମାନଙ୍କ ସହ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରୁ ବାହାରି ଜାତୀୟ କଂଗ୍ରେସରେ ଯୋଗଦାନ କରିଛନ୍ତି। ଏହି ଶୋଭାଯାତ୍ରାରେ ମହେଶ ପ୍ରସାଦଙ୍କ ସହ ବଳରାମ ଲେଙ୍କା, ଜୟନ୍ତ କିଶାନ, ପ୍ରୀତିମାନ ନାୟକ, ସିଲୁ ବେହେରା, ଦେବେଶ ଦାସ, ହେମନ୍ତ ବେହେରା,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମନିଶ କୁମାର ଜେନା, ରାକେଶ ନାୟକ, ରାଜେନ୍ଦ୍ର, ମନୋଜ ପ୍ରଧାନ, ନିରଞ୍ଜନ, ମଦନଙ୍କ ସହ ଅନେକ ଛାତ୍ରନେତା ଯୋଗ ଦେଇଥିଲେ।

Comments are closed.