www.samajalive.in
Friday, December 12, 2025
19.1 C
Bhubaneswar

ପରମବୀରଙ୍କ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ନୂଆଦିଲ୍ଲୀ: ମୁମ୍ବଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ସଞ୍ଜୟ କିଷନ କୌଲ ଓ ଆର ସୁଭାଷ ରେଡ୍ଡିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ପରମବୀରଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହିତ ଏ ସମ୍ପର୍କରେ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପରମବୀର ଯେଉଁ ଅଭିଯୋଗ ଉଠାଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆବେଦନ ଅଗ୍ରାହ୍ୟ ପରେ ପରମବୀରଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗି ପିଟିସନକୁ ପ୍ରତ୍ୟାହାର କରିନେଇଛନ୍ତି।

ଏ ପ୍ରସଙ୍ଗରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ମାମଲା ଉପରେ ଗୁରୁବାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଛନ୍ତି। ପରମବୀର ତାଙ୍କ ଆବେଦନରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହା ସହିତ ତାଙ୍କ ବଦଳି ନିର୍ଦେଶକୁ ଖାରଜ କରିବାକୁ ନିବେଦନ କରିଛନ୍ତି। ପରମବୀର ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ଦେଶମୁଖ ଗିରଫ ପୁଲିସ ଅଧିକାରୀ ସଚିନ ବାଜେଙ୍କ ମାଧ୍ୟମରେ ମୁମ୍ବଇରୁ ଚାନ୍ଦା ଆଦାୟ କରୁଥିଲେ। ମୁମ୍ବଇ ସହରରୁ ମାସିକ ୧୦୦କୋଟି ଟଙ୍କା ଚାନ୍ଦା ଆଦାୟ ଲାଗି ସଚିନ ବାଜେଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହା ସହିତ ମହାରାଷ୍ଟ୍ର ପୁଲିସ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳିରେ ମନ୍ତ୍ରୀ ଦେଶମୁଖ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories