www.samajalive.in
Monday, December 8, 2025
24.1 C
Bhubaneswar

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ଗୁଳି, ବୋମା ମାଡ଼ରେ ୧୩ ଆହତ

ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ରାତିରେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗୁଳି, ବୋମା ମାଡରେ ଉଭୟ ପକ୍ଷରୁ ୧୨ ଜଣ ଓ ଢେଲା ମାଡରେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଆହତ ଓ ସାଧାରଣ ଲୋକଟିକୁ ଜଙ୍କିଆ ଥାନା ପୁଲିସ ଖୋର୍ଦ୍ଧା ସଦରମହକୁମା ଗୋପବନ୍ଧୁ ଚିକିତ୍ସାଳୟକୁ ଆଣିଥିବା ବେଳେ ଅନ୍ୟ ଗୋଷ୍ଠୀର ଆହତଙ୍କୁ ସ୍ଥାନୀୟ ଲୋକ ଭୁବନେଶ୍ୱର ଏମସ୍‍କୁ ପଠାଇଥିବା ଜଣାପଡ଼ିଛି। ଉତ୍ତେଜନା ଲାଗି ରହିଥିବାରୁ ଗ୍ରାମରେ ପୁଲିସ ମୁତୟନ କରାଯାଇଛି। ଏମସ୍‍ରେ ପାଣ୍ଡବ ଭୋଳ, ବିଶ୍ୱନାଥ ବେହେରା, ଗଦାଧର ଭୋଳ, ତୋଫାନ ଭୋଳ, ମହେଶ୍ୱର ଭୋଳ, ପ୍ରଭାତ ଦଳେଇ, ଦେବରାଜ ଭୋଳ ଭର୍ତ୍ତି ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଗୋପବନ୍ଧୁ ଜିଲା ଚିକିତ୍ସାଳୟରେ ସୁଭଦ ଭୋଳ, ସନାତନ ଭୋଳ, ପ୍ରଶାନ୍ତ ଭୋଳ, ଲିଙ୍କନ ଭୋଳ, ପ୍ରଶାନ୍ତ ଭୋଳ, ମନୋରଞ୍ଜନ ଭୋଳ ଓ ସାଧାରଣ ଲୋକ ପ୍ରକାଶ ପ୍ରଧାନ ଭର୍ତ୍ତି ହୋଇଛନ୍ତି।

ଗତ ପଞ୍ଚାୟତ ନିର୍ବାଚନଠାରୁ ଟାଙ୍ଗୀ ବ୍ଲକ ଓଳସିଂହ ପଞ୍ଚାୟତ ଡମଣଭୂମିର କାଳୁ ଭୋଳ ଓ ରଞ୍ଜନ ଭୋଳଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି। ଏକାଧିକ ବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଶୁକ୍ରବାର ଦୁଇଟି ମାଙ୍କଡା ପଥର ଗାଡି ଅଟକାଇବାକୁ ନେଇ ପୁନର୍ବାର ଗଣ୍ଡଗୋଳ ହୋଇଥିଲା। ଜଙ୍କିଆ ପୁଲିସଠାରୁ ମିଳିଥିବା ସୂଚନା ଅନୁଯାଇ ଟାଙ୍ଗୀ ତହସିଲ ନୟାକୋଟ ମୈାଜାରେ ୫ ହେକ୍ଟର ଜମିରୁ ମାଙ୍କଡା ପଥର ଉତ୍ତୋଳନ ପାଇଁ ଭୁବନେଶ୍ୱରର ପ୍ରତାପ ମହାନ୍ତି ଲିଜ ନେଇଛନ୍ତି। ସେ ଦଳେଇପୁଟ ଅଞ୍ଚଳର ଜଣେ ଲୋକଙ୍କୁ କ୍ଷମତା ସମ୍ପନ୍ନ ଡିଲ ମାଧ୍ୟମରେ ପଥର ଉତ୍ତୋଳନ ପାଇଁ ଦେଇଛନ୍ତି। ସେହି ବ୍ୟକ୍ତି ରଞ୍ଜନ ଭୋଳ ସହଯୋଗରେ ପଥର କାଟୁଛନ୍ତି। ଶୁକ୍ରବାର ନୟାକୋଟ ଖଣିରୁ ପଥର ଆସୁଥିବା ବେଳେ ଦୁଇଟି ଗାଡିକୁ କାଳୁ ଗୋଷ୍ଠୀର ଲୋକ ଅଟକାଇ ଜଙ୍କିଆ ପୁଲିସ ଜିମା ଦେଇଥିଲେ। ଦୁଇ ଗୋଷ୍ଠୀ ମାଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ଗୋଷ୍ଠୀର ଅଭିଯୋଗକ୍ରମେ ଜଙ୍କିଆ ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା। ତେବେ ଲିଜ ଖଣିରୁ ଆସିଥିବା ପଥରର କାଗଜ ପତ୍ର ଠିକ ଥିବାରୁ ଗାଡିକୁ ପୁଲିସ ଛାଡି ଦେଇଥିଲା। ରବିବାର ରାତି ପ୍ରାୟ ୮ବେଳେ ଡମଣଭୂମି ଗାଁ ଛକରେ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଚାହୁଁ ଚାହୁଁ ଗଣ୍ଡଗୋଳ ରଣକ୍ଷେତ୍ରରେ ପାଲଟି ଯାଇଥିଲା। ଅପରପକ୍ଷରେ ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ଗୁଳିମାଡ଼କୁ ଖଣ୍ଡନ କରିଛନ୍ତି। କୌଣସି ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନାହିଁ। ଉଭୟ ପକ୍ଷରୁ ଦୁଇ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories